ରାମଜୀ କଲେଜ କ୍ରୀଡା ଉତ୍ସବ ଉଦଯାପିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ର ୪୭ ତମ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ପୁରସ୍କାର ବିତରଣ ସଭାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଅଧ୍ୟକ୍ଷତା କରିଥିଲେ।ଏହି କଲେଜର ପୂର୍ବତନ ଅଧ୍ୟକ୍ଷ ରଘୁନାଥ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣି ସାହୁ, ବ୍ରହ୍ମପୁର ଡେକାନ କଲେଜ କ୍ରୀଡା ଶିକ୍ଷକ ମହାଦେବ ରଥ, କଲେଜ କ୍ରୀଡା ପରିଷଦ ଉପସଭାପତି ଅଧ୍ୟାପକ ରଞ୍ଜିତ କୁମାର ସେଠୀ, ରଞ୍ଜନ ଗୌଡ଼, ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ।ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ମାନପତ୍ର ଓ ମେଡାଲ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା କର୍ମଚାରୀ ବୃନ୍ଦ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।


