କପିଳେଶ୍ୱର ହାଇସ୍କୁଲରେ ପ୍ରଥମ ପିଏମ ଶ୍ରୀ ଉତ୍ସବ

ହାଟଡିହି (ଓ୍ବାଇଏନଏସ):ହାଟଡିହି ବ୍ଲକ ପିଏମଶ୍ରୀ କପିଳେଶ୍ୱର  ସରକାରୀ ଉଚ୍ଚ ବିଦ୍ୟାଳୟ କଳିଗାଁର ପ୍ରଥମ ପିଏମଶ୍ରୀ ଉତ୍ସବ ଗରିମାମୟ ଭାବରେ ପାଳିତ  ହୋଇ ଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା , ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଆଲୋକ ସେଠୀ, ସାଂସଦ ପ୍ରତିନିଧି  ଜ୍ଞାନ ରଞ୍ଜନ ସାମନ୍ତସିଂହାର , ସମ୍ପାଦକ ଓଷ୍ଟା କେନ୍ଦୁଝରର ରଞ୍ଜନ କୁମାର ଘଡେଇ,  କଳିଗାଁର ସରପଞ୍ଚ ଶ୍ରୀମତୀ ହେମଲତା ଜେନା, ପୂର୍ବତନ ପ୍ରଧାନଶିକ୍ଷକ ରତ୍ନାକର ପଣ୍ଡା ପ୍ରମୁଖ ଯୋଗ ଦେଇ ପିଏମଶ୍ରୀ ବିଦ୍ୟାଳୟର ଉପକାରିତା ଉପରେ ଆଲୋକପାତ କରିଥିଲେ l ଗୋଟିଏ ଛାତତଳେ ବିଦ୍ୟାର୍ଥୀ ମାନେ ସବୁପ୍ରକାର ଶିକ୍ଷାଲାଭ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ବିଶ୍ଵମ୍ବର ମହାପାତ୍ର, ସସ୍ମିତା ପାତ୍ର, ଅଙ୍ଗଦ କାଣ୍ଡି, ଦାମୋଦର ଚଇନି, ଅକ୍ଷୟ କୁମାର ପାତ୍ର, ମଞ୍ଜୁଲତା ଜେନା, ରଞ୍ଜିତା ଜେନା, ନର୍ମଦା ଜେନା, ସନ୍ତୋଷ କୁମାର ଓଝା, ଅନୀତା ସାହୁ, ବୀଣାପାଣି ଦାଶଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମହିମାମୟୀ ପଲେଇ, ପରେଶ କୁମାର  ପରିଡା,ଦିବ୍ୟପ୍ରକାଶ ରାଉତ, ଦେବାଶିଷ ଜେନା, ସାଗର କୁମାର  ଜେନା,ନିରାକାର ସେଠୀ, ଜଗନ୍ନାଥ ଦାଶ,ରବି ନାରାୟଣ ସେଠି, ଯତୀନ୍ଦ୍ର କୁମାର ଦେଓ,  ପ୍ରମୋଦ ବେହେରା, ଟୁକୁନା ବେହେରା, ଦେବେନ୍ଦ୍ର କୁମାର ସାହାଣୀ, ସୁଶାନ୍ତ କୁମାର ସୁତାର, ସଞ୍ଜୀବ କୁମାର ବଳ, ଚିନ୍ମୟ ଶଙ୍ଖୁଆ, ଅର୍ଜମା ଅର୍ପିତା ପତି, ନିବେଦିତା ଦାସ, ସସ୍ମିତା ସାମଲ ପ୍ରମୁଖ ସଫଳ ରୂପାୟନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ