ଛତ୍ରପୁର ବ୍ଲକ ର ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ବିଧାୟକ

ଛତ୍ରପୁର, (ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ର ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟା ମାନଂକୁ ନେଇ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ  ଶୁକ୍ରବାର ନିଆରା ଢଙ୍ଗ ରେ  ନୂତନ ବର୍ଷର ପାଳନ କରିଛନ୍ତି l ରିକପଲ୍ଲୀ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ  କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ସରପଞ୍ଚ  ଓ ସମିତି ସଭ୍ୟ / ସଭ୍ୟା ଏବଂ ବ୍ଲକ ଉପାଧ୍ୟକ୍ଷା ଶାଡି ସାରଦା ରେଡ୍ଡୀ ଙ୍କୁ ବିଧାୟକ ଶ୍ରୀ ନାୟକ ପ୍ରଥମେ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି   ସମ୍ବର୍ଦ୍ଧନା  ପ୍ରଦାନ କରିଥିଲେ l ପରେ ନୂତନ ବର୍ଷ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l  ଏହି ଅବସର ରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଶାଡି ସାରଦା ରେଡ୍ଡୀ,  ଭାରତୀୟ ଜନତା ପାର୍ଟି ର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା ସମ୍ପାଦକ ବସନ୍ତ କୁମାରୀ ବେହେରା ଓ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଏବଂ ଯୁବନେତା ବନୋଜ ନାହାକ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା ସଂଯୋଜନା କରିଥିବା ବେଳେ ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ