ଦିଗପହଣ୍ଡି ରେ ଆନ୍ତଃଜିଲ୍ଲା ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ରେ ଶନିବାର ଆନ୍ତଃ ଜିଲ୍ଲା ଖୋ – ଖୋ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି ।ସ୍ଥାନୀୟ ମହାକାଳ କ୍ଳବ୍ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟ କୁ ବଡ଼ଖେମୁଣ୍ଡି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏମ. ଗୌରାଙ୍ଗ,ସାମଜିକ କର୍ମୀ ଏମ.ସୁଦର୍ଶନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ ଜିଲ୍ଲା ର ଛତ୍ରପୁର, ପାଟପୁର,ଦିଗପହଣ୍ଡି, କୁକୁଡ଼ାଖଣ୍ଡି ,କବିସୂର୍ଯ୍ୟନଗର, ଏରେନଡ୍ରା, ବୁରୁପଡ଼ା, ଗିରିଶୋଲା ସମେତ ଗଜପତି ଜିଲ୍ଲା ଗାରାବନ୍ଧ ଗ୍ରାମର ବହୁ ସଂଖ୍ୟକ ଯୁବକ ଅଂଶଗ୍ରହଣ କରିଛନ୍ତି।ମହାକାଳ କ୍ଳବ୍ ର ସଭାପତି ମୁନା ଗୌଡ଼,ଉପସଭାପତି ଅରକ୍ଷିତ ଦୋରା,ସମ୍ପାଦକ ଏ. ଗୌରୀଶଙ୍କର,ସହ ସମ୍ପାଦକ ଶଙ୍କର ସ୍ୱାଇଁ ଙ୍କ ସମେତ ସଦସ୍ୟ ବୃନ୍ଦ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।ପ୍ରଥମ ଦିନ ଖେଳ ରେ ଦିଗପହଣ୍ଡି ,ଗାରାବନ୍ଧ,ପାଟପୁର ଏବଂ ଗିରିଶୋଲା ଟିମ୍ ବିଜୟ ହୋଇ ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଛନ୍ତି। ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏମ. ଗୌରାଙ୍ଗ,ଶେଷଗିରି ବେହେରା, ପୂଜା ବେହେରା, ଆନନ୍ଦ ଶବର,ପୂଜା ସେଠୀ, ଡି.ମାମା ଦୋରା, ପିଙ୍କି ବେହେରା ପ୍ରମୁଖ ରେଫେରି ଭାବେ ଖେଳ ପରିଚାଳନା କରିଥିଲେ।ରବିବାର ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି।


