ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚକେନ୍ଦ୍ରାପଡାର ମହାବନ୍ଧୁମିଳନ ଉତ୍ସବ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ନବବର୍ଷ ଉପଲକ୍ଷେ ଏକ ମହା ବନ୍ଧୁମିଳନ ଉତ୍ସବ ମଞ୍ଚର ପ୍ରତିଷ୍ଠାତା ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହାମିଳନର ଶୁଭ ଅବସରରେ ପ୍ରତ୍ୟେକଟି ସଦସ୍ୟ ସଦସ୍ୟା ପରସ୍ପରକୁ ଫୁଲ ଚନ୍ଦନ ମଣ୍ଡନ କରି କରମର୍ଦ୍ଦନ ପୂର୍ବକ ବନ୍ଧୁତ୍ୱର ସୁଖ ବାଣ୍ଟିବା ସହ ନବବର୍ଷକୁ ସ୍ୱାଗତ କରିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶିକ୍ଷାବିତ୍ ନରୋତ୍ତମ ଜେନା ଉପସ୍ଥିତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ସହ ସ୍ୱାଗତ ଜଣାଇ ନୂତନ ବର୍ଷ ପ୍ରାରମ୍ଭରେ ଏଭଳି ଏକ ପ୍ରାରମ୍ପାରିକ ବନ୍ଧୁ ମିଳନ ତାପର୍ଯ୍ୟ ଓ ଆବଶ୍ୟତା ଉପରେ ଆଲୋକପାତ କରିଥିଲେ। ଏଥିସହ ସାଙ୍ଗଠନିକ ଅଭିବୃଦ୍ଧି ଓ ଆଗାମୀ ବର୍ଷ ଉତ୍ସବ ପାଳନ ସଂର୍ପକରେ ସୂଚନା ପ୍ରଦାନ କରି ଏଥିରେ ପୂର୍ଣ୍ଣ ସଫଳତା କାମନା କରିଥିଲେ । ସଭାପତି ଶ୍ରୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ବରିଷ୍ଠ ଉପଦେଷ୍ଟା ଡା. ବିଶ୍ୱ ପ୍ରକାଶ କାନୁଗୋ, ଡା. ରମାନାଥ ମହାନ୍ତି, ଡା. ନିରଞ୍ଜନ ପରିଡା, ଉପସଭାପତି ସୟଦ ଅକମଲ ଅଲ୍ଲୀ, ଉପସଭାପତି ପ୍ରହ୍ଲାଦ ମଲ୍ଲ, ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ପ୍ରାକ୍ତନ ଅଧ୍ୟକ୍ଷ ଡ. ଉପେନ୍ଦ୍ର କୁମାର ପ୍ରଧାନ, ଉପଦେଷ୍ଟା ନିତ୍ୟାନନ୍ଦ ସୁତାର, ଅଦୈତ କୁମାର ଦାସ, ଯୁଗ୍ମ ସଂପାଦକ ଅକ୍ଷୟ କୁମାର ନାୟକ, ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ, ଜଗମୋହନ ହୋତା, ପ୍ରାଧ୍ୟାପକ ଗଗନ ବିହାରୀ ସ୍ୱାଇଁ, ମନୋଜ କୁମାର ମହାନ୍ତି ପ୍ରଭୃତି ବରିଷ୍ଠ ବ୍ୟକ୍ତିମାନେ ନିୟମିତ ଭାବେ ଧ୍ୟାନ, ଯୋଗ, ପ୍ରାଣାୟମ, ସରଳ ବ୍ୟାୟାମ, ପ୍ରାତଃ ଭ୍ରମଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଶରୀରକୁ ସୁସ୍ଥ ରଖିବାକୁ ପରାମର୍ଶ ଦେବା ସହ ନିଜେ ହସି ଅନ୍ୟକୁ ସୁଖ ଶାନ୍ତିରେ ରହିବାର ତତ୍ତ୍ୱ ଭିତ୍ତିକ ମାର୍ଗଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଗନ ବିହାରୀ ମନ୍ତ୍ରୀ, ପରମାନନ୍ଦ ସେଠୀ, ବୈଷ୍ଣବ ଚରଣ ପ୍ରଧାନ, ବସନ୍ତ କୁମାର ଓଝା, କିଶୋର ଚନ୍ଦ୍ର ପରିଡା, ମନୋଜ କୁମାର ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ, ହରପ୍ରସାଦ ପତି, ମିନାକ୍ଷୀ ପତି, ଧିରେନ୍ଦ୍ର କୁମାର ରଥ, ପ୍ରଦ୍ୟୁମ୍ନ କୁମାର ବେହୁରା, ରାଜେନ୍ଦ୍ର କୁମାର ସ୍ୱାଇଁ, ଗୁରୁଚରଣ ବାରିକ, ବିଜୟ କୁମାର ସ୍ୱାଇଁ, ତ୍ରୈଲୋକ୍ୟ ଚରଣ ମହାନ୍ତି, କୃଷ୍ଣ ଚରଣ ପତି, ଗୋଲଖ ଚନ୍ଦ୍ର ପରିଡା, ନରେନ୍ଦ୍ର କୁମାର ନାୟକ, ପବିତ୍ର ମୋହନ ପଟ୍ଟନାୟକ, ପ୍ରସନ୍ନ କୁମାର ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଆସନ୍ତା ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ କାର୍ଯ୍ୟାଳୟରେ ସକାଳ ୯ଟା ୨୦ମିନିଟ ସୁଧା ପହଞ୍ଚିବା ପାଇଁ ପରାମର୍ଶ ଦିଆଗଲା । ବରିଷ୍ଠ ସଭ୍ୟ ମୁଖ୍ୟ ସଂଯୋଜକ ଶୈଳେନ୍ଦ୍ର ନାଥ ମହାନ୍ତି ଓ ବସନ୍ତ କୁମାର ଓଝା ମଞ୍ଚ ପରିଚାଳନା ସହ ସଂଯୋଜନା କରିଥିଲେ । ପ୍ରସନ୍ନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


