ପ୍ରହସନ ପାଲଟିଛି ରାସ୍ତା ପାର୍ଶ୍ୱ ବନୀକରଣ :ମରି ଶୁଖିଗଲାଣି ଅଧିକାଂଶ ଗଛ 

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଜଙ୍ଗଲ ସୃଷ୍ଟି ସହ ପରିବେଶ କୁ ସବୁଜ ସୁନ୍ଦର ଗଢିତୋଳିବା ପାଇଁ ବନ ବିଭାଗ ପକ୍ଷରୁ ନାନା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାସ୍ତା କଡ଼ ସମେତ ଗ୍ରାମାଞ୍ଚଳ ବିଭିନ୍ନ ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଚାରାରୋପଣ କରାଯାଇ ସବୁଜିମା ସୃଷ୍ଟି କରାଯାଉଛି। ବନୀକରଣ ଯୋଜନା ରେ ବ୍ୟାପକ ଚାରାରୋପଣ ନାଁରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି। ଗାତ ଖୋଳିବା, ଚାରା ଲଗାଇବା, ପାଣି ଦେବା ପ୍ରଭୂତି କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ବିନିଯୋଗ ହେଉଛି। ହେଲେ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଙ୍କ ଇଚ୍ଛା ଶକ୍ତି ଅଭାବ ସାଙ୍ଗକୁ ପରିଚାଳନାଗତ ତ୍ରୁଟି ଯୋଗୁଁ ସରକାରୀ ଅର୍ଥ ଶ୍ରାଦ୍ଧ ହେଉଥିବା ଦେଖିବାକୁ ମିଳୁଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଂଚଳରେ ଦୀର୍ଘ ୩ବର୍ଷ ମଧ୍ୟରେ ପ୍ରାୟ ୧୦ଲକ୍ଷରୁ ଅଧିକ ଚାରାରୋପଣ କରାଯାଇଥିବା ବେଳେ ଗଛ ସବୁ କେଉଁଠି ଅଦୃଶ୍ୟ ହୋଇଗଲାଣି ତ ଆଉ କେଉଁଠି ପାଣି ଅଭାବ ରୁ ସବୁ ଗଛ ମରିଗଲାଣି। ଧର୍ମକୁ ଆଖିଠାର ନ୍ୟାୟରେ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ଦର୍ଶାଉଛି। କିଛି ମାସ ପୂର୍ବେ ବିଭିନ୍ନ ପଂଚାୟତ ରେ ସ୍ଥାନୀୟ ସରପଞ୍ଚ ଙ୍କ ଜରିଆରେ ରେ ଅସ୍ତରଙ୍ଗ ବ୍ଲକ ଅଧୀନ ନଗର, ଆଳସାହି, ଆଳଙ୍ଗପୁର, ନଈଗୁଆଁ ସମେତ ବିଭିନ୍ନ ପଂଚାୟତ ରେ ରାସ୍ତା ପାର୍ଶ୍ୱରେ ଚାରା ରୋପଣ ହୋଇଥିଲା। କିନ୍ତୁ ଅନେକ ସ୍ଥାନରେ ଗଛର ଦାୟିତ୍ୱ ନିଆଯାଉନଥିବାରୁ ଗଛ ସବୁ ପାଣି ଅଭାବ ରୁ ମରି ଗଲାଣି। ମହାତ୍ମାଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା (ମନରେଗା )ଦ୍ୱାରା ଅନେକ ସ୍ଥାନ ରେ ମଧ୍ୟ ଚାରା ରୋପଣ ହୋଇଛି। ଏଥିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ଚାରାରୋପଣ କରି ବିଭିନ୍ନ ବିଭାଗୀୟ ଅଧିକାରୀ କାର୍ଯ୍ୟ ଶେଷ କରି ଦେଇଥିବା ବେଳେ ବାସ୍ତବରେ ଏହି ଚାରାର ଚିହ୍ନବର୍ଣ୍ଣ ରହୁନଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳ ଯାଇଥିବା ରାସ୍ତା ପାର୍ଶ୍ୱ, ଗ୍ରାମ୍ୟ ଉନ୍ନୟନ ରାସ୍ତା ପାର୍ଶ୍ୱ, ବ୍ଲକ ଓ ବନ ବିଭାଗ ଅଧୀନ ରେ ଥିବା ରାସ୍ତାକଡ଼ ରେ ଅନେକ ଚାରା ରୋପଣ କରାଯାଇଥିଲା। ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା। ମାତ୍ର ଦେଖାଶୁଣା ଓ ରକ୍ଷଣାବେକ୍ଷଣ ଅଭାବ ରୁ ଗଛ ଗୁଡିକ ନଷ୍ଟ ହୋଇଯାଉଛି। ଗଛ ନଷ୍ଟ ହେଉଥିବା ସ୍ଥାନରେ ଚାରାରୋପଣ, ଗଛ ଚାରି ପାର୍ଶ୍ୱ ସଫା ସୁତୁରା କରିବା, ପାଣି ଦେବାର ନିୟମ ରହିଛି। ମାତ୍ର ଏ ସବୁ କରାଯାଉନଥିବା ଦେଖିବାକୁ ମିଳିଛି। ଅସ୍ତରଙ୍ଗ ବ୍ଲକ ଆଳସାହି ରୁ ନଗର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଲାଗିଥିବା ଅନେକ ଗଛ ମରିଗଲାଣି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଅଧିକାଂଶ ସ୍ଥାନରେ ସମାନ ଅବସ୍ଥା। କେତେକ ସ୍ଥାନରେ ବୁଲା ଗାଈଗୋରୁ ଗଛ ଗୁଡିକ ଖାଇ ନଷ୍ଟ କରି ଦେଉଥିବା ବେଳେ ଅଧିକାଂଶ ସ୍ଥାନରେ ପାଣି ଅଭାବ ରୁ ଗଛ ମରିଯାଇଛି। ପୁଣି ରକ୍ଷଣାବେକ୍ଷଣ ଲାଗି ଶ୍ରମିକ ନିଯୁକ୍ତି କରାଯାଉ ନଥିବାରୁ ଗଛ ନଷ୍ଟ ହେଉଥିବା ଅଭିଯୋଗ ହେଉଛି।ଯାହା ଫଳରେ ରାସ୍ତା ପାର୍ଶ୍ୱ ଶତାଧିକ ଗଛ ବଳି ପଡୁଛି। ସେହିପରି ପୂର୍ତ୍ତ ରାସ୍ତା, ଗ୍ରାମ୍ୟ ଉନ୍ନୟନ ରାସ୍ତା ପାର୍ଶ୍ୱରୁ ସହ ସହ ଗଛ ମୁଖ୍ୟ ଉନ୍ନୟନ ମୂଳକ କାମରେ କଟୁଥିବା ଗଛର ଦୁଇଗୁଣା ହିସାବରେ ଚାରା ରୋପଣ କରାଯିବାର ନିୟମ ପାଳନ କରଯାଇ ଗଛ ଲଗାଯିବାର ବ୍ୟବସ୍ଥା ରହିଥିବା ବେଳେ ସେ ବ୍ୟତିକ୍ରମ ଦେଖାଯାଉଛି। ପ୍ରତି ହେକ୍ଟର ରେ ୨ଶହ ରୁ ୨୫୦ଟି ଚାରା ରୋପଣ କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଯେଉଁ ପରିମାଣ ଅର୍ଥ ପାଣି ପରି ବ୍ୟୟ କରାଯାଇଛି ଯେଉଁ ପରିମାଣ ଅର୍ଥ ପାଣି ପରି ବ୍ୟୟ କରାଯାଉଛି, ସେହିପରି ଚାରା ରୋପଣ ହେଉନଥିବା ଅଭିଯୋଗ ହୋଇଚି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ