ଆସିକାରେ ଏ୧ ଗ୍ରେଡ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା
ଆସିକା (ୱାଇଏନ୍ଏସ୍) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୬ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃôୟାରୀ ମାସ ୧୯ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଜୀବନରେ ମାଟ୍ରିକ ପରୀକ୍ଷାର ବେଶ୍ ଗୁରୁତ୍ୱ ରହିଛି । ମାଟ୍ରିକ ପରୀକ୍ଷା ବିଦ୍ୟାର୍ଥୀଙ୍କ ଜୀବନର ଏକ ମାଇଲ୍ଖୁଣ୍ଟ ସଦୃଶ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆସନ୍ତା ମାଟ୍ରିକ ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ, ପିତାମାତା, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁଜନ, ଶିକ୍ଷା ବିଭାଗ ଓ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଧୈର୍ଯ୍ୟ, ସାହସ, ସହନଶୀଳତା, ନୈତିକତା ଓ ମାନବୀୟ ମୂଲ୍ୟବୋଧର ମୂଲ୍ୟାୟାନ କରାଯାଇଥାଏ । ମାଟ୍ରିକ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବାକୁ ହେଲେ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମର ପ୍ରତ୍ୟେକ ବିଷୟକୁ ବାରମ୍ବର ବିଶ୍ଳେଷଣ କରିବାକୁ ପଡିଥ।।ଏ । ଗଂଜାମ ଜିଲ୍ଲାର ଧରାକୋଟ, ବୁଗୁଡା, ପୋଲସରା, ଆସିକା ଅଞ୍ଚଳର ବିଭିନ୍ନ ହାଇସ୍କୁଲରେ ଗତ କିଛି ଦିନ ତଳେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ମାଟ୍ରିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ବେସ୍ଲାଇନ୍ ଓ ପ୍ରଗତି ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ସେମାନେ ଯେପରି ଆଗାମୀ ମାଟ୍ରିକ ପରୀକ୍ଷାରେ ଆହୁରି ଅଧିକ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଶନିବାର ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଅନୁଷ୍ଠିତ ଆଗାମୀ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ୨୦୨୬ ନମିତ୍ତ ମୂଲ୍ୟାଙ୍କନ ଓ ଶିକ୍ଷଣ ପଦ୍ଧତି ମାଧ୍ୟମରେ ସର୍ବୋତ୍କୃଷ୍ଟ ଫଳାଫଳ ନିମିତ୍ତ ପ୍ରୟାସ ସ୍ୱରୂପ ଏ-୧ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀଙ୍କ ଦକ୍ଷତାବୃଦ୍ଧି କର୍ମଶାଳାରେ ଅତିକିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର ଓ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ରାମଚନ୍ଦ୍ର ମହାରଣା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଗାମୀ ମାଟ୍ରିକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଧରାକୋଟ, ବୁଗୁଡା, ପୋଲସରା, ଆସିକା ଅଞ୍ଚଳର ବିଭିନ୍ନ ହାଇସ୍କୁଲର ପ୍ରାୟ ୧୨୧ଜଣ ଏ-୧ ଗ୍ରେଡ୍ ଆଶାୟୀ ଛାତ୍ରଛାତ୍ରୀ ଏହି ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗଦେଇଥିଲା ବେଳେ ନୋଡାଲ୍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଓ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା ଓ ମଙ୍ଗଳ ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରି ଦୃଢମନା ପରୀକ୍ଷା ଦେବାକୁ ପରାମର୍ଶ ଦେବା ସହ ଗତବର୍ଷର ୨୦୨୫ ମାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ଗଞ୍ଜାମ ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ତାହା ଆମ ପାଇଁ ଗର୍ବର ବିଷୟ ହୋଇଥିଲା ତେଣୁ ସେହି ସଫଳତାକୁ ଦୋହରାଇବା ସହ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ପ୍ରୟାସକୁ ସଫଳ କରିବା ପାଇଁ ଚଳିତବର୍ଷ ଯେପରି ପରୀକ୍ଷାଫଳ ଭଲ ହୋଇପାରିବ ଓ ପାସ୍ ହାର ଏବଂ ଏ-୧ ଗ୍ରେଡ ସଂଖ୍ୟା ବୃଦ୍ଧି ଫେଲ୍ ଶୂନ୍ୟ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଭଲ ପାଠ ପଢିବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏ-୧ ଗ୍ରେଡ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ଏହି ଦକ୍ଷତାବୃଦ୍ଧି କର୍ମଶାଳା ବିଦ୍ୟାର୍ଥୀଙ୍କ ମନୋବଳ ବୃଦ୍ଧି ଦିଗରେ ବେଶ୍ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଦକ୍ଷତାବୃଦ୍ଧି କର୍ମଶାଳାରେ ଏ-୧ ଗ୍ରେଡ୍ ଆଶୀୟୀ ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ, ଓଡିଆ, ବୀଜଗଣିତ, ଜ୍ୟାମିତି, ଜୀବବିଜ୍ଞାନ, ଭୌତିକ ବିଜ୍ଞାନ, ଇତିହାସ ଓ ଭୂଗୋଳ ପାଠ୍ୟକ୍ରମ ବିଷୟରେ ବରିଷ୍ଠ ଶିକ୍ଷୟିତ୍ରୀ ବନିତା ବିଷୋୟୀ, ମଧୁସ୍ମିତା ପାତ୍ର, ପ୍ରିୟଙ୍କା ମହାପାତ୍ର, ପି.କେ.ପି.ମହାପାତ୍ର, ଜଗଦୀଶ ଚନ୍ଦ୍ର ପୋଲାଇ, ମେନକାଦେବୀ ରାଉତ, ଗୋପୀରଂଜନ ଜେନା, ପି.ପଦ୍ମାଙ୍କ ସମେତ ବହୁ ଅଭିଜ୍ଞ ଶିକ୍ଷକ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆଗାମୀ ମାଟ୍ରିକ ପରୀକ୍ଷାରେ ପାସ୍ହାର ବୃଦ୍ଧି ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ ପ୍ରୟାସ ସ୍ୱରୂପ ଏହି ଦକ୍ଷତାବୃଦ୍ଧି ଶିବିର ଆୟୋଜନକୁ ସାଧାରଣରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଲାଗି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ସଚେତନ ନାଗରିକ, ବୁଦ୍ଧିଜିବୀ ଓ ଅଭିଭାବକଙ୍କ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ଏହା ଦ୍ୱାରା ଶିକ୍ଷାର୍ଥୀମାନଙ୍କ ଆଗାମୀ ମାଟ୍ରିକ ପରୀକ୍ଷା ପ୍ରତି ଆତ୍ମ ବିଶ୍ୱାସ ଆହୁରି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି ।


