ଭେଟନଇ ଦିବ୍ୟ ଜୀବନ ସଂଘ ଶାଖା ପକ୍ଷରୁ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ

ଆସିକା (ୱାଇଏନ୍‍ଏସ୍‍) : ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଓ ଆଧ୍ୟାତ୍ମିକବାଣୀର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରତିଷ୍ଠିତ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ତାଙ୍କର ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆତ୍ମଜିବନୀ, ଉପଦେଶ ଓ ଆଧ୍ୟାତ୍ମିକ ବାର୍ତ୍ତାର ସନ୍ଦେଶ ପ୍ରଦାନ ଲକ୍ଷ୍ୟରେ ଆସିକା ଦିବ୍ୟଜିଲ୍ଲା ଆନୁକୂଲ୍ୟରେ ଭେଟନଇ ସ୍ଥିତ ଦିବ୍ୟ ଜୀବନ ସଂଘ ଶାଖା ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କ ଆଶ୍ରମ ପରିସରରେ ସିଂହାସନ ଆରୋହଣର ପ୍ରଥମ ବାର୍ଷିକ ମହୋତ୍ସବ ଅବସରରେ ଶନିବାର ଏକ ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ଭଜନ କିର୍ତ୍ତନ, ଗୁରୁ ପାଦୁକା ପୂଜା, ଜଳଯୋଗ, ଭଜନକୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ ଓ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭେଟନଇ ଦିବ୍ୟଜୀବନ ସଂଘ ଶାଖାର ସଭାପତି ଖଦାଳି ନାହାକଙ୍କ ଅଧ୍ୟକ୍ଷତା ଓ ସଂପାଦକ କାମରାଜୁ ଗୌଡ ଏବଂ ସୁସଂଗଠକ ବିକ୍ରାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଏକଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣ ଓଡିଶା ରାଜ୍ୟ ଦିବ୍ୟଜୀବନ ସଂଘର ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରି ସଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନୀ, ବାଣୀ, ଆଦର୍ଶ, ଉପଦେଶ ଓ ଆଧ୍ୟାତ୍ମିକ ପଥ ଉପରେ ଆଲୋକପାତ କରି ସେବା, ପ୍ରେମ, ଦାନ, ଧ୍ୟାନ, ପବିତ୍ରତା ମାଧ୍ୟମରେ ସ୍ୱାମୀ ଶିବାନନ୍ଦଙ୍କ ବାଣୀଙ୍କୁ ଭକ୍ତମାନେ ଦୈନନ୍ଦିନ ଜୀବନରେ ପାଳନ କରିବା ସହ ଦୁଃଖୀ, ଗରିବଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସନ୍ଥ ପୂଜ୍ୟଶ୍ରୀ ସ୍ୱାମୀ ଉମାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ଓ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ପ୍ରକାଶାନନ୍ଦ ପ୍ରମୁଖ ଯୋଗଦେଇ ସଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏକ ସ୍‌ୁସ୍ଥ ସମାଜ ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ। ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟ ଜିଲ୍ଲା ଆନୁକୁଲ୍ୟରେ ଭେଟନଇ ଦିବ୍ୟଜୀବନ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀରେ ଭେଟନଇ, ମଣ୍ଟାପଡା, ଖଣ୍ଡବନ୍ଧ, ବାବନପୁର, କବିସୂର୍ଯ୍ୟନଗର, ମୁଣ୍ଡମରାଇ, ବାଲିଛାଇ, ଷୋଳଷଳା, ବୁଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଏହି ଏକ ଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିରରେ ଉଦ୍‍ଘାଟକ ରୂପେ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ଆଧ୍ୟାତ୍ମିକ ବାର୍ତ୍ତା ଦ୍ୱାରା ସମାଜର ଓ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନୁଷ୍ୟର ପରିବର୍ତ୍ତନ ସମ୍ଭବ । ପରିବର୍ତ୍ତନ ହେଉଛି ସମଗ୍ର ସୃଷ୍ଟିର ନିୟମ । ରାତି ପରେ ଦିନ ଏବଂ ଦିନପରେ ରାତି, ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଏହା ହେଉଛି ସଂସାରର ନିୟମ । ତେଣୁ ଜଗଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଯେଉଁ ଉପଦେଶ ଓ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି ତାହାକୁ ଯୁବପିଢୀ ଓ ସଚେତନ ନାଗରିକ ମାନେ ପାଳନ କରିବାକୁ ଆହ୍ୱାନ କରିବା ସହ ଶାରୀରିକ ସୁଦ୍ଧତା, ମାନସିକ ବିକାଶ ଓ ଆତ୍ମୋନ୍ନତି ଲାଭ କରିବା ସଙ୍ଗେ ସଙ୍ଗେ ସତ୍ୟବ୍ରତୀ, ସଦାଚାରୀ ଓ ପରୋପକାରୀ ନାଗରିକ ହୋଇ ସମାଜର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିରକୁ ସୁପରିଚାଳନା କରିବା ଦିଗରେ ଭେଟନଇ ଦିବ୍ୟଜୀବନ ସଂଘ ଶାଖାର ସଭାପତି ଖଦାଳି ନାହାକ, ସଂପାଦକ କାମରାଜୁ ଗୌଡ, ସଂଗଠକ ବିକ୍ରାନ୍ତ ନାୟକ, ଆଧ୍ୟାତ୍ମିକପ୍ରେମୀ ଏମ୍‍.ରାମବାବୁ ଦୋରା, ବସନ୍ତ ମହାନ୍ତି, ଲକ୍ଷ୍ମୀନାରାୟଣ ନାୟକ, ଏସ୍‍.ଶଙ୍କର ପାତ୍ର, ଚକ୍ରଧର ବାଡତ୍ୟା, ସୁରେଶ୍‍ ଚନ୍ଦ୍ର ପାତ୍ର, ସଂଜୟ ପାତ୍ର, ନାରାୟଣ ବିଶ୍ୱାଳ, ନାରାୟଣ ସ୍ୱାଇଁ, କେ.ମନମୋହନ ସେନାପତି, ତ୍ରିନାଥ ବିଶ୍ୱାଳ, ଭାସ୍କର ଆଚାରୀ, ତ୍ରିଲୋଚନ ପାଣିଗ୍ରାହୀ, ରମେଶ ଚନ୍ଦ୍ର ମହାରଣା, ବନମାଳୀ ସ୍ୱାଇଁ, ବଂଶୀଧର ପ୍ରଧାନ, ପି.ନାଗେଶ୍ୱର ପାତ୍ର, ତ୍ରିନାଥ ବିଶ୍ୱାଳଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଆଧ୍ୟାତ୍ମିକପ୍ରେମୀ, ଗ୍ରାମବାସୀ, ଶ୍ରଦ୍ଧାଳୁଭକ୍ତ ମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ