ଏକଲ ଅଭିଯାନ ତରଫରୁ ସତସଙ୍ଗ ପ୍ରତିଯୋଗୀତା

ରାଇକିଆ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ଏକଲ ଅଭିଯାନ ତରଫରୁ ରବିବାର ମଣ୍ଡକିଆ ସ୍ଥିତ ପୁଷ୍ପଗିରି ମଠ ଠାରେ ସତସଙ୍ଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସଭାପତି ନାରାୟଣ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଆଧ୍ୟାତ୍ମିକ ଆଧାରିତ ସାଂସ୍କୃତିକ ଦଳ କଳା ପ୍ରଦର୍ଶନ କରାଇଥିଲେ । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳ ଙ୍କୁ ବ୍ଳକ ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ କରାଯାଇଥିଲା । ଅତିଥି ଭାବେ କାର୍ଯ୍ୟକ୍ରମ ରେ ରାଇକିଆ ଲକ୍ଷ୍ମୀ ପୂଜା କମିଟି ସଭାପତି ଦେବୀ ପ୍ରସାଦ ପଣ୍ଡା, ରାମ ମନ୍ଦୀର ସଭାପତି ଶରତ କୁମାର ପ୍ରଧାନ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ଜିଲ୍ଲା କର୍ଯ୍ୟବାହ ଅରବିନ୍ଦ ପ୍ରଧାନ, ଏକଲ ଅଭିଯାନ ର ଅଞ୍ଚଳ ପ୍ରମୁଖ ଯାକାରିଅସ ପ୍ରଧାନ, ରାଇକିଆ ସଞ୍ଚ ବ୍ୟାସ ଶକୁନ୍ତଳା ପ୍ରଧାନ, ଉପଦେଷ୍ଟା ବନ୍ଧୁରାଜ୍ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ମହେଶ୍ୱର ସାହୁ, ଇନ୍ଦିରା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ