ଓରାଳି ବୃନ୍ଦାବନ ଚନ୍ଦ୍ର ଉ :ପ୍ରା ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ

ହାଟଡିହି(ଓ୍ବାଇଏନଏସ):  ଓରାଳି ବୃନ୍ଦାବନ ଚନ୍ଦ୍ର ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓରାଳି ଗ୍ରାମ ପଞ୍ଚାୟତର ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ଜି.ସି.ଗାର୍ଲ୍ସ ହାଇସ୍କୁଲର ପ୍ରଧାନ ଶିକ୍ଷକ  ଅନିଲ୍ କୁମାର୍ ସିଂ, ସମ୍ମାନିତ ଅତିଥି ଭାବେ  ହାଟଡିହି ଶିକ୍ଷା ଜିଲ୍ଲାର ପୂର୍ବତନ ସହ ଶିକ୍ଷାଧିକାରୀ ଵିନୋଦ କୁମାର ରାଉତ,  ଓରାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲତା ପରିଡା, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ଯାନ ଗଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୈଖିକ ବିଷୟରେ ମାର୍ଗଦର୍ଶନ କରିଥିଲେ। ଶିକ୍ଷୟିତ୍ରୀ ହାସ୍ୟମୟୀ ରାଜ୍  ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ଶିକ୍ଷକ ମାଧବାନନ୍ଦ କର ଧନ୍ୟବାଦ୍ ଅର୍ପଣ କରିଥିଲେ। ଶିକ୍ଷକ ପ୍ରଦୀପ କୁମାର ବିଶ୍ବାଳ, ନାରାୟଣ ରାଉତ୍,ନିତ୍ୟାନନ୍ଦ ସେଠୀ ,ଲିପିକା ନାୟକ, ଦେବାଶିଷ ଦାସ, ସଚିନ୍ ଦେବ ରାଉତ୍ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ