ଲୋକାର୍ପିତ ହେଲା ଆରଡି ଅଟଳ ବସଷ୍ଟାଣ୍ଡ

 ଆରଡ଼ି , (ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲାର ପୁରାତନ ଶୈବପୀଠ ବାବା ଆଖଣ୍ଡଳମଣି ଧାମ ଆରଡିରେ ନୂତନ ଭାବେ ନିର୍ମିତ ଆରଡି ଅଟଳ ବସଷ୍ଟାଣ୍ଡ ସୋମବାର ଲୋକାର୍ପିତ ହୋଇ ଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ୟ ୧୪ଟି ନୂତନ ବସଷ୍ଟାଣ୍ଡ ସମାର ଏହି ବସ ଷ୍ଟାଣ୍ଡକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ, ଚାନ୍ଦବାଲି ବିଡିଓ ସଞ୍ଜିବ କୁମାର ମହାପାତ୍ର, ତହସିଲଦାର ଭବତୋଷ ମଲ୍ଲିକ ଏହି ଉତ୍ସବରେ ଉପସ୍ଥିତ ଥିଲେ । ୧୫ କୋଟି ୭୮ ଲକ୍ଷ ୩ ହଜାର ୪ ଶହ ଟଙ୍କାରେ ନୂତନ ଏହି ବସଷ୍ଟାଣ୍ଡ ନିର୍ମିତ ହୋଇଛି । ଏହି ନିର୍ମାଣ ଦ୍ବାରା ପର୍ଯ୍ୟଟକ ମାନେ ଆକୃଷ୍ଟ ହେବେ ବୋଲି ମତ ପ୍ରକାଶ ପାଇଥିଲା । ସଡକ ଓ ପରିବହନ ବିଭାଗ ଜିଲା ପରିଚାଳକ ରକ୍ଷାକର ବାରିକ, ଜିଲା ଓଡିଶା ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟରଂଜନ ଜେନା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ବିଜେପି ଜିଲ୍ଲା ଉପସଭାପତି କିଶୋର ନାୟକ, ଅଜୟ ନାୟକ, ସାଧାରଣ ସମ୍ପାଦକ କମଳାକାନ୍ତ ସୁତାର, ଚାନ୍ଦବାଲି ୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ବାବା ଆଖଣ୍ଡଳମଣି ମଣ୍ଡଳ ସଭାପତି ସନ୍ଦୀପ କୁମାର ନାୟକ, ଉପ ସଭାପତି ସୁବାସ ଚନ୍ଦ୍ର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜନ ଉପେନ୍ଦ୍ର ରାଉଳ, ସୁନ୍ଦରପୁର ସମିତି ସଭ୍ୟ ଶରତ ଚନ୍ଦ୍ର ବେହୁରିଆ, ଓଳଗ ସରପଞ୍ଚ ପ୍ରଫୁଲ୍ଲ ବେହେରା, ନାନ୍ଦପୁର ସରପଞ୍ଚ ପ୍ରତିନିଧି ଗଣେଶ ବିଶ୍ବାଳ, ପୂର୍ବତନ ସରପଞ୍ଚ ସରୋଜ କୁମାର ଦାସ, ସମିତି ସଭ୍ୟ ସୁଦେଶ ପଣ୍ଡା, ଆରଡି ସମିତି ସଭ୍ୟ ଗିରିଧାରୀ ସାମଲ, ସୁନ୍ଦରପୁର ସେବା ସମବାୟ ସେବା ସମିତି ସଭାପତି ନରେଶ କୁମାର ସେଠୀ, ଆରଡି ସଭାପତି ଲଲାଟ କିଶୋର ପାଢୀ, ସୁନ୍ଦରପୁର ଶକ୍ତି ପ୍ରମୁଖ ସଦାନନ୍ଦ ମଲିକ, ଓଳଗ ଶକ୍ତି ପ୍ରମୁଖ ଦୀପକ ରଞ୍ଜନ ବିଶ୍ବାଳ,ଆରଡି ଶକ୍ତି ପ୍ରମୁଖ ଦେବଦତ୍ତ ପାଢୀ, ନାନ୍ଦପୁର ଶକ୍ତି ପ୍ରମୁଖ ସଞ୍ଜୟ କୁମାର ରାୟ, ବରିଷ୍ଠ ବିଜେପି ନେତା ଜୀବନାନନ୍ଦ ପାଢୀ, ଆଶିଷ ପାଢୀ, ସୁବ୍ରତ ବିଳାସ, ପ୍ରଦୀପ ନାୟକ, ଉତ୍ତମ ମିଶ୍ର, ସୁଧୀର ପାଢୀ, ଅଭିମନ୍ୟୁ ବିଶ୍ବାଳ, ରାଜକିଶୋର ବାରିକ, ହେମାନନ୍ଦ ବିଶ୍ବାଳ, ଦୁଷ୍ମନ୍ତ ବାରିକ, ଦୀପ୍ତି ରଞ୍ଜନ ନାୟକ ପ୍ରମୁଖ ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ଏଥିସହିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତର ୧ ହଜାରରୁ ଅଧିକ ମହିଳା, ପୁରୁଷ ଉପସ୍ଥିତ ରହି ଉଦ୍ଘାଟନ ଉତ୍ସବକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ