ଜରାଜୀର୍ଣ୍ଣ ଯୋଗାଣ ନିଗମ ଗୋଦାମ ଗୃହ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ପିଡ଼ିଏସ ସାମଗ୍ରୀ ଯୋଗାଇ ଦେବା ପାଇଁ ଗୋଦାମ ଗୃହ ନିର୍ମାଣ କରାଯାଇଥିଲା। ଯାହାର ମୁଖ୍ୟ ଉଦେଶ୍ୟ ଥିଲା ବିତରଣ ବ୍ୟବସ୍ଥା କୁ ସ୍ୱାଭାବିକ କରିବା ଓ ଲୋକଙ୍କ ପାଖରେ ସହଜରେ ଏବଂ ସୁବିଧାରେ ରାସନ ପହଂଚାଇବା। ପିଡ଼ିଏସ ସାମଗ୍ରୀ ଏଠାରେ ଗଛିତ ରଖାଯାଇ ବିତରଣ କରାଯାଉଥିଲା। ହେଲେ ଏବେ ଆଉ ବ୍ୟବହାରରେ ଲାଗୁନାହିଁ। ଜରାଜୀର୍ଣ୍ଣ ହୋଇପଡିଛି। କୋଠା ଉପରେ ମାଡିଗଲାଣି ଗଛଲତା। ଗୋଦାମ ଗୃହ ପରିସର ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏବେ ଏହା ବିଷଧର ସରୀସୃପ ଙ୍କ ଆଶ୍ରୟସ୍ଥଳୀ ପାଲଟିଛି। କାମରେ ଲାଗୁ ନଥିବାରୁ ଏବେ ଏହା ଭୂତକୋଠି ରେ ପରିଣତ ହୋଇଛି।
ମିଳିଥିବା ସୂଚନା ଅନୁସାରେ ୨୦୦୨ମସିହାରେ ପୂର୍ବତନ ପଂଚାୟତରାଜ ମନ୍ତ୍ରୀ ସ୍ବର୍ଗତଃ ସୁରେନ୍ଦ୍ର ନାଥ ନାୟକ ଙ୍କ କରକମଳରେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ପିଡ଼ିଏସ ସାମଗ୍ରୀ ବଣ୍ଟନ କୁ ତ୍ୱରାନ୍ୱିତ କରିବାକୁ ଯାଇ ଯୋଗାଣ ବିଭାଗ ପକ୍ଷରୁ ଏଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗୋଦାମ ଘର ନିର୍ମାଣ କରାଯାଇଥିଲା। ଗୋଦାମ ଘର ନିର୍ବାଚନ ପରେ ପାଖାପାଖି ୫ବର୍ଷ ରୁ ଉର୍ଦ୍ଧ ବର୍ଷ ଧରି କାମ ବ୍ୟବହାର ରେ ମଧ୍ୟ ଲାଗିଥିଲା। ମିଲର୍ସ ମାନଙ୍କ ପାଖରୁ ଚାଉଳ, ଗହମ ଆଦି ଏଠାରେ ଆସି ଗଛିତ ହୋଇ ରହୁଥିଲା। ପରେ ଆବଶ୍ୟକତା ଅନୁଯାୟୀ ପରିବହନ ଠିକାଦାର ଙ୍କ ଜରିଆରେ ବିତରଣ କେନ୍ଦ୍ର କୁ ଯାଉଥିଲା।ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣ ବଶତଃ ବନ୍ଦ ରହିଗଲା। ଯାହା ଫଳରେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲ ନୀତି ସହ ଅସାଧୁ ଉପାୟ ଅବଲମ୍ବନ ପାଇଁ ପିଡ଼ିଏସ ସାମଗ୍ରୀ ଗଛିତ କରି ରଖାଯାଇନଥିଲା କି ବିତରଣ ପାଇଁ ବାହାରକୁ ଯାଇନଥିଲା। ଦୀର୍ଘ ଦିନ ହେବ ଅବ୍ୟବହୃତ ହୋଇରହିବା ଫଳରେ ଗୋଦାମ ଗୃହ ପରିତ୍ୟକ୍ତ ହୋଇପଡିଛି। ଯାହାକି ବ୍ୟବହାର ରେ ନ ଲାଗିବା ଯୋଗୁଁ କାନ୍ଥରେ ଗଛ ଲତା ଉଠିବା ସହ ସଟର, ଅନ୍ୟାନ୍ୟ ଉପକରଣ ରେ ମଧ୍ୟ କଳଙ୍କି ଲାଗିଗଲାଣି। କାମରେ ତ ଲାଗିଲାନି, ତା “ପରେ ରକ୍ଷଣା ବେକ୍ଷଣ ପାଇଁ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିଲା ନାହିଁ। ଯାହା ଗୋଦାମ ଗୃହକୁ ଭୂତ କୋଠିରେ ପରିଣତ କରୁଛି। ସ୍ଥାନୀୟ ବାସିନ୍ଧା ଙ୍କ ଅଭିଯୋଗ କି ଯେଉଁ ଉଦେଶ୍ୟରେ ଗୋଦାମ ଘର ନିର୍ମାଣ କରାଯାଇଥିଲା, ତାହା ପୂରଣ ହୋଇପାରିଲା ନାହିଁ। ସୁବିନିଯୋଗ ହେଲା ନାହିଁ। ରକ୍ଷଣାବେକ୍ଷଣ ଅଭାବ ରୁ ଏହି ଗୋଦାମ ଗୃହ ନଷ୍ଟ ହେବାକୁ ବସିଛି। ଏହି ଘରକୁ ମରାମତି କରାଯାଇ ଯେ କୌଣସି ସରକାରୀ କାମରେ ଲାଗିଲେ ଲୋକେ ଉପକୃତ ହେବେ। ସ୍ଥାନୀୟ ବାସିନ୍ଧା କହିବା ଅନୁଯାୟୀ, ଆମେ ଏ ବିଷୟରେ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଜଣାଇଛୁ। ତଥାପି କେହି ବ୍ରୁକ୍ଷେପ କରୁନାହାନ୍ତି। ଗୋଦାମ ଗୃହ ଅବସ୍ଥା ଶୋଚନୀୟ ହୋଇପଡିଛି। ଚାରି ପାଖରେ ଗଛ ଲତା ଉଠିଗଲାଣି। ଯଦି ଏଠାରେ ପିଡ଼ିଏସ ସାମଗ୍ରୀ ଗଛିତ ହୋଇ ରହୁନାହିଁ, ତା ହେଲେ ଅନ୍ୟ କାମରେ ଲାଗୁ। ଏ ନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଆମେ ଯୋଗାଣ ନିଗମ କୁ ଏ ନେଇ ଜଣାଇଛୁ। ନିର୍ଦ୍ଧେଶ ଆସିଲେ ଆମେ ପଦକ୍ଷେପ ନେବୁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ