ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବୈଠକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡାସ୍ଥିତ କୁଆଁସମଢିଆ ସଂଘ କାର୍ଯ୍ୟାଳୟରେ ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚ ସଭାପତି କୈଳାଶ ଚନ୍ଦ୍ର ଧଳ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ରଞ୍ଜନ କୁମାର ଦାସ ବିବରଣୀ ରଖି ପୂର୍ବରୁ ମାନ୍ୟବର ସାଂସଦ, ଜିଲାପାଳ, ଭଣ୍ଡାରିପୋଖରୀ ବିଧାୟକ, କଟକ ସାଂସଦଙ୍କୁ ଭେଟି ଆଗରପଡାକୁ ବ୍ଲକର ମାନ୍ୟତା ଦେବାକୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ । ଏହି ପତ୍ରରେ ସଂପୃକ୍ତ ଅଞ୍ଚଳର ସରପଞ୍ଚ, ବିଭିନ୍ନ କ୍ଲବ୍, ସାଧାରଣ ଜନତା ଓ ବରିଷ୍ଠ ନାଗରିକଙ୍କ ସ୍ୱାକ୍ଷର ଥିବା ସେ କହିଥିଲେ । ପରେ ମଞ୍ଚର ସାଂଗଠନିକ କାର୍ଯ୍ୟକ୍ରମ ଓ ପାରିବାରିକ ସମସ୍ୟା ସମାଧାନ ନେଇ ଆଲୋଚନା କରାଯାଇଥିଲା । ଶେଷରେ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ପ୍ରଫୁଲ୍ଲ ପୁହାଣ, ଜଗନ୍ନାଥ ଶତପଥି, ଗୌରାଙ୍ଗ ସାହୁ, ପୁରୁଷୋତ୍ତମ ବିଶ୍ୱାଳ, ସୁବାଷ ଦାଶ, ଗୋଲକ ପୃଷ୍ଟି, ଇଂ.ମଧୁସୂଦନ ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ, ଉମାକାନ୍ତ ସାହୁ, ସୁରେନ୍ଦ୍ର ନାଥ ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ ।


