ସରକାରୀ ବାଳିିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ କୁପାରୀସ୍ଥିତ ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର କୁଅଁର, ବିଶିଷ୍ଟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୧୪ ନଂ ଜୋନ୍ ଜିଲା ପରିଷଦ ସଭ୍ୟା ରୁନିତା ଦାସ, ପୁରୁଷଣ୍ଢ ପଞ୍ଚାୟତ ସରପଞ୍ଚପ୍ରକାଶ ବିଶ୍ୱାଳ, ବଡମହିଷଗୋଠ ସରପଞ୍ଚ ବିନୋଦିନୀ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବର୍ଷାରାଣୀ ମଲ୍ଲିକ୍, ତୋଫାବିବି ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶିକ୍ଷକ ଅଜିତ କୁମାର ରାଉଳ ସ୍ୱାଗତ ଭାଷଣ ରଖିଥିବା ବେଳେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷକ ବିରେନ୍ ମିଶ୍ର ବାର୍ଷିକ ବିବରଣୀ ପାଠ ଏବଂ କୈଳାସ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ମହତାବ ମଣ୍ଡଳ ବିଜେପି ସଭାପତି ଅମୂଲ୍ୟ ରତ୍ନ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନେ ଚେଷ୍ଟା ଓ ନିଷ୍ଠା ଜାରି ରଖିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରଚାଳନାରେ ଭୀମସେନ ପାଲ, ପ୍ରମୋଦିନୀ ସାହୁ, ବନୋଜିନୀ ନାୟକ,ବିଦ୍ୟୁତ୍ ଲତା ଦାସ, ସାବିତ୍ରୀ ଦାଶ, ଭାଗ୍ୟଶ୍ରୀ ପଣ୍ଡା, ରଞ୍ଜିତା ଶିଅଳ, ସାଗରିକା ମହାନ୍ତି, ଶୁଶାନ୍ତ କୁମାର ଜେନାଙ୍କ ସମେତ ଶିକ୍ଷା କର୍ମଚାରୀ ପ୍ରକାଶ ରାଉତ୍, ବଳରାମ ସେଠୀ, ମହେଶ୍ୱର ଜେନା, ନିହାରିକା ପୃଷ୍ଟି ସହଯୋଗ କରିଥିଲେ ।


