ଦିଗପହଣ୍ଡିରେ ସ୍ବାମୀ ନିଗମାନନ୍ଦଙ୍କ ୨୯ ତମ ଭକ୍ତ ସମ୍ମିଳନୀ

ଦିଗପହଣ୍ଡି ,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ରାମଚନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ପରମହଂସ ପରିବ୍ରାଜକ ସ୍ବାମୀ ନିଗମାନନ୍ଦ ସରସ୍ଵତୀଙ୍କ ବିଭାଗୀୟ ଭକ୍ତ ସମ୍ମିଳନୀର ୨୯ ତମ ବାର୍ଷିକ ଅଧିବେଶନ ଶନିବାର ଶୁଭାରମ୍ଭ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନଙ୍କ ଗହଣରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କୁ ସୁସଜ୍ଜିତ ରଥରେ ନଗର ପରିକ୍ରମଣ କରାଯାଇଥିଲା। ଏହି ସମ୍ମିଳନୀରେ ବିଶିଷ୍ଟ ରାମ ସାହିତ୍ୟ ଗବେଷକ ଡଃ. ପଦ୍ମନାଭ ପଣ୍ଡା, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଏବଂ ତ୍ରିଦଣ୍ଡୀ ସ୍ବାମୀ ଭକ୍ତିବିଚାର ବିଷ୍ଣୁ ମହାରାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶନିବାର ଶ୍ରୀ ନିଗମାନନ୍ଦ ଙ୍କ ଫଟୋ ଖଚିତ ସୁସଜ୍ଜିତ ରଥ  ନଗର ପରିକ୍ରମା ସମୟରେ ପୁରୀ ଶ୍ରୀ ନିଗମାନନ୍ଦ ସାରସ୍ଵତ ଆଶ୍ରମର ଅଧ୍ୟକ୍ଷ ଡଃ. ସ୍ବାମୀ ଶଙ୍କରାନନ୍ଦ ସରସ୍ଵତୀ, କୋଲକାତା ନିକଟ ଜଲପାଇଗୁଡି ସ୍ଥିତ ଶ୍ରୀ ନିଗମାନନ୍ଦ ଆଶ୍ରମ ର ଅଧ୍ୟକ୍ଷ ସତ୍ଯବ୍ରତାନନ୍ଦ ସରସ୍ଵତୀ, ବାଲେଶ୍ଵର ଓଳିନ୍ଦା ଆଶ୍ରମ ଅଧ୍ୟକ୍ଷ ଭବେଶାନନ୍ଦ ସରସ୍ଵତୀଙ୍କ ସମେତ ସମ୍ମିଳନୀ କାର୍ଯ୍ୟକାରୀ ସମିତିର ସଭାପତି ଭି.ଶ୍ଯାମସୁନ୍ଦର ରାଜୁ, ଉପସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର, ସମ୍ପାଦକ ଭି.ନାଗେଶ୍ଵର ରାଜୁ, ସହସମ୍ପାଦକ ଅଶୋକ କୁମାର ଜେନା, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାଣିଗ୍ରାହୀ, ସକ୍ରିୟ ସଦସ୍ୟ ଭି. ଧର୍ମ ରାଜୁ, ବି.ଦୀନବନ୍ଧୁ, ହର୍ଷବର୍ଦ୍ଧନ ତରାସିଆ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ