ଓଡିଶା ହେଲଥ ଭିଜନ- ୨୦୩୬ ଟ୍ରଷ୍ଟ ତରଫରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ‘ଓଡିଶା ହେଲଥ ଭିଜନ -୨୦୩୬ ଟ୍ରଷ୍ଟ’ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ | ଏହି ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା  | ଏହି କାର୍ଯ୍ୟକ୍ରମକୁ ଓଡିଶା ବ୍ଲଡ଼ ସେଣ୍ଟର ଜଗତସିଂହପୁରର କର୍ମକର୍ତ୍ତା ଙ୍କ ସହିତ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌମ୍ୟ ରଞ୍ଜନ କର , ଡାକ୍ତର ବିଶ୍ୱଜିତ ସାହୁ ଏବଂ ସମସ୍ତ କର୍ମଚାରୀ ଙ୍କ ସହିତ ସମାଜସେବୀ ପ୍ରଶାନ୍ତ ମିଶ୍ର ସହଯୋଗ କରିଥିଲେ  |  ଶେଷରେ ମୁଖ୍ୟ ଅତିଥି ଓ ଟ୍ରଷ୍ଟ ର ମୁଖ୍ୟ ପରିଚାଳନା ସମ୍ପାଦକ ରକ୍ତ ଦାନ ର ବିଶେଷତ୍ୱ ଉପରେ ଆଲୋକ ପାତ କରିଥିଲେ ଏବଂ ଆଗକୁ ଏହିଭଳି ଲୋକାଭିମୁଖୀ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବାପାଇଁ ଟ୍ରଷ୍ଟ ତରଫରୁ ପ୍ରତିଶୃତି ଦେଇଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ