ଖଣି ବିଭାଗ ଓ ପୋଲିସର ମିଳିତ ଚଢାଉ: ୨୦ ବାଲି ବୋଝେଇ ହାଇୱା ଜବତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ଥାନା ଅଧିନ ଭଦ୍ର୍ରକ-ଆନନ୍ଦପୁର ୫୩ ରାଜ୍ୟ ପଥର ଆପଣ୍ଡା ଛକ ଠାରୁ ବନ୍ତ ବଜାର ପର୍ଯ୍ୟନ୍ତ ଖଣି ବିଭାଗ ଓ ବନ୍ତ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉରେ ମୋଟ ୨୦ ବେଆଇନ ବାଲି ବୋଝଇ ହାଇୱାକୁ ଜବତ କରାଯିବା ସହ ସେମାନଙ୍କ ନାମରେ ମାମଲା ରୁଜ୍ଜୁ ଜରାଯାଇ ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଖେଣି ବିଭାଗ ପକ୍ଷରୁ ୧୧ ବାଲି ବୋଝେଇ ହାଇୱାକୁ ଜବତ କରାଯାଇଥିବା ବେଳେ ୫ ବାଲି ବୋଝେଇ ହାଇୱା ରାସ୍ତା ପାଶ୍ୱର୍ରେ ବାଲି ଢାଳି ଖସି ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କୁ ଅଟକ ରଖାଯାଇଛି । ସେହିପରି ବନ୍ତ ପୋଳିସ ପକ୍ଷରୁ ୪ ବାଲି ବୋଝେଇ ହାଇୱାକୁ ଜବତ କରାଯାଇ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି । ପ୍ରକାଶ ଥାଉକି, କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧିନ ବିଭିନ୍ନ ବାଲି ଘାଟରୁ ଦୈନନ୍ଦିନ ବହୁ ସଂଖ୍ୟାରେ ବାଲି ବୋଝେଇ ହାଇୱା ଗୁଡିକ ବେଆଇନ ଭାବେ ଆନନ୍ଦପୁର-ଭଦ୍ରକ ରାଜ୍ୟ ପଥ ଦେଇ ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ କରିଆସୁଛନ୍ତି । ଏନେଇ ବିଭିନ୍ନ ମହଲରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ କେଉଁଠି ନା କେଉଁଠି ପ୍ରଶାସନିକ ଦୁର୍ବଳତାର ସୁଯୋଗ ନେଇ ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରିବାରେ ସଫଳ ହେଉଛନ୍ତି । ତେବେ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରବିବାର ରାତି ଠାରୁ ସୋମବାର ସକାଳ ସୁଦ୍ଧା ଏହି ଚଢାଉ କରାଯାଇଥିଲା । ଚଢାଉ ପରେ ସମସ୍ତ ହାଇୱା ଗୁଡିକୁ ଜବତ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇ ଜୋରିମାନା ଆଦାୟ ହୋଇଛି । ତେବେ ଖଣି ବିଭାଗ ଓ ପୋଲିସର ଏହି ମିଳିତ ଚଢାଉ ଫଳରେ ବାଲି ମାଫିଆ ମାନେ ଏକ ପ୍ରକାର ଭୟଭୀତ ହୋଇଯାଇଥିବା ଜଣାଯାଇଛି । ତେବେ ଏହି ଚଢାଉ ପ୍ରକ୍ରି୍ରୟା ଆଗକୁ କେମିତି ଜାରି ରହିବ ସେନେଇ ଜିଲା ଖଣି ବିଭାଗ ଓ ଜିଲା ପୋଲିସ ପ୍ରଶାସନ ଉପରେ ନିର୍ଭର କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ