ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଗୁମ୍ମା ଚାମ୍ପିୟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆ ଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ କ୍ଳବ୍ ଆନୁକୂଲ୍ୟରେ ଗତ ତିନିଦିନ ଧରି ଚାଲିଥିବା ଗୈାରୀଶଙ୍କର ଓ ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଯାଇଛି । ଶେଷ ତଥା ଫାଇନାଲ ମ୍ୟାଚରେ ଗଜପତି ଜିଲ୍ଲାର ଗୁମ୍ମା ଦଳ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଦଳକୁ ୩-୦ ସେଟରେ ହରାଇ ଚାମ୍ପିୟନ ହୋଇଥିବା ଜଣାପଡିଛି । ମ୍ଯାଚ ପ୍ରାରମ୍ଭରେ ସମାଜସେବୀ ଗୋପାଳକୃଷ୍ଣ ମେକାପ , ପ୍ରଭାତ ପାଣିଗ୍ରାହୀ ଏବଂ ପୂର୍ବତନ କାଉନସିଲର ଭଗବାନ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ । ଉଦଯାପନୀ ସମାରୋହରେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଭାଇଚାରା ମନୋବୃତ୍ତି ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଆଇନଜୀବି ମନୋଜ ସାହୁ , ମନୋଜ ପଣ୍ଡା , ସମାଜସେବୀ ମନୋଜ ପଟ୍ଟନାୟକ , ମୁନା ସାହୁ , ସୁଦାମ ବେହେରା , ଟୁକୁନା ସାହୁ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ପରିଶେଷରେ କ୍ଳବ୍ ପକ୍ଷରୁ ବିଜେତା ଗୁମ୍ମା ଟିମକୁ ୨୦ ହଜାର ଏବଂ ପରାଜିତ ଦାରିଙ୍ଗିବାଡି ଟିମକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଗୋବିନ୍ଦ ନାୟକ ଖେଳ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜକ ତଥା ସଭାପତି ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ସମ୍ପାଦକ ଚିତ୍ରସେନ ଗୈାଡ , କୋଷାଧ୍ୟକ୍ଷ ପ୍ରଶାନ୍ତ ଗୈାଡ , ଉପଦେଷ୍ଟା ସନ୍ତୋଷ କୁମାର ସାହୁ, ଶିବାନନ୍ଦ ପାଣିଗ୍ରାହୀ , ଭୈରବ କର , ଦୁର୍ଗାପ୍ରସାଦ ଗୈାଡ , ଜୟସେନ ପାଣିଗ୍ରାହୀ ଙ୍କ ସମେତ କ୍ଳବ୍ ସଦସ୍ୟ ମାନେ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ