ମା’କନ୍ୟକା ପରମେଶ୍ୱରୀଙ୍କ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଲକ୍ଷ୍ମୀବଜାର ସ୍ଥିତ ଶ୍ରୀଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିରର ବାର୍ଷିକ ଉତ୍ସବ ଓ ମା’କନ୍ୟକା ପରମେଶ୍ୱରୀଙ୍କ ଅଗ୍ନିପ୍ରବେଶ ଉତ୍ସବ ମଙ୍ଗଳବାର ଏକ ଆଧ୍ୟାତ୍ମିକ ପରିବେଶରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମାଘ ଶୁକ୍ଳ ଦ୍ୱିତୀୟା ତିଥିରେ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। କଳିଙ୍ଗ ବୈଶ୍ୟ ଋଷିକୂଲ୍ୟା ଅଞ୍ଚଳ ସଭାପତି ବି.ଭେଙ୍କେଟରମଣ ମୂର୍ତ୍ତି ଓ ସଂପାଦକ ଏ.ତ୍ରିପତି ବାଲାଜୀ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଋଷିକୂଲ୍ୟା ଅଞ୍ଚଳର ଉପସଭାପତି ବାବୁଲା ଚୌଧୁରୀ, ଯୁଗ୍ମ ସଂପାଦକ ଅକ୍ଷୟ ସରାବ, କୋଷାଧ୍ୟକ୍ଷ ବି.ଅରୁଣ କୁମାର ପାତ୍ର, ମନ୍ଦିର ପରିଚାଳନା କମିଟି ସଭାପତି କେ.କିଶୋର କୁମାର ସେନାପତିଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ସ୍ଥାନୀୟ ଲକ୍ଷ୍ମୀବଜାର ସ୍ଥିତ ଶ୍ରୀଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ମା’କନ୍ୟକା ପରମେଶ୍ୱରୀଙ୍କ ଅଗ୍ନିପ୍ରବେଶ ଉତ୍ସବ ଓ କୁଳଧାତ୍ରୀ ମା କନ୍ୟକା ପରମେଶ୍ୱରୀଙ୍କ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ହୋମ ଯଜ୍ଞ କାର୍ଯ୍ୟକ୍ରମରେ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ମାତୃକୃପା ପୂଜା ଅନୁଷ୍ଠାନର ବିଦ୍ୱାନ ପଣ୍ଡିତ ଅଦିତ୍ୟ ପ୍ରସାଦ ଷଡଙ୍ଗୀ ଓ ସହଯୋଗୀ ପଣ୍ଡିତ ଆୟୁଷ ପ୍ରସାଦ ଷଡଙ୍ଗୀ ଙ୍କ ମନ୍ତ୍ରୋଚାରଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଅଧ୍ୟାତ୍ମିକପ୍ରେମୀ ଟି.ଅଶୋକ କୁମାର ପାତ୍ର ଓ ତାଙ୍କ ପତ୍ନୀ ଟି.ଝିଲି ପାତ୍ର ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ବେଳେ ଏହି ଅବସରରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମା’କନ୍ୟକା ପରମେଶ୍ୱରୀଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ କେ.ଗୋପାଳକୃଷ୍ଣ ସେନାପତି, କେ.ରାମପ୍ରସାଦ ସେନାପତି, ୟୁ.ସଂଜୟ କୁମାର ପାତ୍ର, କେ.ଦୀପକ କୁମାର ସେନାପତି, ତ୍ରିନାଥ ପାତ୍ର, ଏ.ବଦ୍ରିନାରାୟଣ ସରାବ, ସୂର୍ଯ୍ୟନାରାୟଣ ପାତ୍ର, ଅଶୋକ କୁମାର ପାତ୍ର, ଅରବିନ୍ଦ ପାତ୍ର, ଡି.ମୋହନ ପାତ୍ର, କିଶୋର କୁମାର ପାତ୍ର, ଲଡୁକିଶୋର ପାତ୍ରଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ପକ୍ଷରୁ ଇଷ୍ଟଦେବୀ ମା କନ୍ୟକା ପରମେଶ୍ୱରୀ ଦେବୀଙ୍କ ଅଗ୍ନିପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ବିଧିବିଧାନ ଅନୁଯାୟୀ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମନ୍ଦିର ପୂଜକ ବଂଶୀଧର ଶତପଥୀ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


