ସର୍ବନିମ୍ନ ଦରମା ନମିଳିଲେ ନିର୍ବାଚନରେ ଯୋଗ ଦେବେ ନାହିଁ ଗୃହରକ୍ଷୀ
ଚଳିତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଗୃହରକ୍ଷୀ ମହାସଂଘ ସରକାର ଦେଇ୍ଥିବା ନିର୍ଦେଶକୁ ଗୃହରକ୍ଷୀ ମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନିର୍ବାଚନ କାର୍ଯ୍ୟରେ ସେମାନେ ଯୋଗଦେବେ ନାହିଁ ବୋଲି ସାମୁହିକ ଭାବେ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ଗୃହରକ୍ଷୀ ମହାସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ୧୭୬୭୫ ଗୃହରକ୍ଷୀ ସରକାରଙ୍କ ଜନସେବା କାର୍ଯ୍ୟରେ କାମ କରୁଥିବା ବେଳେ ଗୃହରକ୍ଷୀ ମାନଙ୍କୁ ସରକାର ଅଣଦେଖା କରୁଛନ୍ତି । ସରକାରଙ୍କ ତରଫରୁ ଦିନକୁ ଜଣେ ଗୃହ ରଖିଙ୍କୁୂ ତିନିଶହ ଟଙ୍କା ଦେଉଥିବାରୁ ତାଙ୍କର ପରିବାର ଗୁଜୁରାଣ ମେଣ୍ଟାଇବା ବହୁତ କଷ୍ଟସାଧ୍ୟ ହୋଇଯାଉଛି । ଏହା ସହ । ଓଡିଶା ଗୃହରକ୍ଷୀ ୧୯୬୧ ନିୟମାବଳୀକୁ ପରିବର୍ତ୍ତନ କରାନଯାଇ ସେମାନଙ୍କ ପରିବାର ଭବିଷ୍ୟତ କୁ ଶୋଷଣ କରାଯାଉଛି । ଏହା ସହ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା କିନ୍ତୁ କାର୍ଯ୍ୟକାରୀ କରାଯାଉନାହିଁ । ଏହା ସହିତ ଗୃହରକ୍ଷୀ ମାନେ ନିର୍ବାଚନରେ କାର୍ଯ୍ୟ ନକରିବା ପାଇଁ ରାଜ୍ୟ ସରକାର ଓ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେମାନଙ୍କୁ ବାଧ୍ୟ କରାଯାଉଥିବା କୁହାଯାଉଛି । ଗୃହରକ୍ଷୀ ମାନଙ୍କୁ ସର୍ବନିମ୍ନ ମୂଲ୍ୟ ଦିଆନଗଲେ ସେମାନ ନିର୍ବାଚନ ସମୟରେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ରାଜ୍ୟସଭାପତି ଉପେନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଜଣାଇଛନ୍ତି ।


