ମହାମହିମ ରାଷ୍ଟ୍ରପତିଙ୍କ ଭ୍ରମଣ ପୂର୍ବ ପ୍ରସ୍ତୁତି ବୈଠକ

ବାଲେଶ୍ବର(ସରୋଜ ପଣ୍ଡା): ଆସନ୍ତା ୩ ଫେବୃଆରୀ ତାରିଖରେ ମହାମହିମ ରାଷ୍ଟ୍ରପତି ମହୋଦୟ।ଙ୍କ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଭ୍ରମଣ ପୂର୍ବରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ, ବାଲେଶ୍ୱରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଶାସନିକ ଅଧିକାରୀମାନେ, ପୁଲିସ୍ ଅଧିକାରୀମାନେ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଉପକୁଳପତି, ରେଜିଷ୍ଟ୍ରାର ଏବଂ ସମସ୍ତ ସମ୍ପୃକ୍ତ ଲାଇନ୍‌ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ମହାମହିମ ରାଷ୍ଟ୍ରପତିଙ୍କ ଭ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, ଯାତାୟାତ ବ୍ୟବସ୍ଥା, ଆୟୋଜନ ସ୍ଥଳର ପ୍ରସ୍ତୁତି ଏବଂ ବିଭାଗୀୟ ସମନ୍ୱୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ମହୋଦୟ ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସମନ୍ୱୟରେ କାର୍ଯ୍ୟ କରି ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସମୟମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ