ମତଦାନ ଦିବସ ପାଇଁ ଆସିକାରେ ଶପଥପାଠ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏବଂ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ମତଦାନ ଦିବସ ପାଇଁ ଏକ ଶପଥପାଠ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ପାଇଁ ମତଦାନର ମହତ୍ୱ ଓ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ୧୬ତମ ଜାତୀୟ ମତଦାତା ଦିବସ ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ବ୍ଳକ କାର୍ଯ୍ୟାଳୟର କର୍ମଚାରୀ ଓ ବୁଥ୍ ଲେବେଲ ଅଫିସରମାନେ ଯୋଗଦେଇ ଆମେ ଭାରତର ନାଗରିକ ବୃନ୍ଦ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେର ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବୁ ବୋଲି ଶପଥପାଠ କରିଥିଲେ । ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଅନୁଷ୍ଠିକ ହୋଇଥିବା ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଏଲ୍ଓ ସୁପରଭାଇଜର୍ ଶିବଶଙ୍କର ଜେନା, ରାମନାଥ ପଟ୍ଟନାୟକ, ମନୋରଂଜନ ପାଢୀ, ଧୋବା ବେହେରା, ଅମିୟସିନ୍ଧୁ ମୁନି, ସତ୍ୟନାରାୟଣ ସେଠୀ, ବଂଶୀଧର ପରିଡା, ବ୍ଳକ ଜିପିଓ ରାଜଶ୍ରୀ ସାହୁ, ବ୍ଳକ କର୍ମଚାରୀ ପ୍ରିୟମ୍ବଦା କହଁର, କୃଷ୍ଣଚନ୍ଦ୍ର ପାତ୍ର, ଦେବେନ୍ଦ୍ର କୁମାର ପାତ୍ର, ସୁନିଲ୍ କୁମାର ମିଶ୍ର, ଶିବପ୍ରସାଦ ଦୋରା, ସଂଜୟ କୁମାର ବେହେରା, ଅର୍ଚ୍ଚନା କୁମାରୀ ମହାରଣା, ବିଭୁପ୍ରସାଦ ମହାପାତ୍ର, କୃଷ୍ଣଚନ୍ଦ୍ର ବେହେରା, ରାମନାଥ ନାୟକ, ରୋହିତ କୁମାର ମହାରଣା, ପରମେଶ୍ୱର ମଲିକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


