ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ପ୍ରତିବର୍ଷ ପରି ଚଳିତ ବର୍ଷ ବନ୍ତ ବ୍ଲକ ପଧାନପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ମଧ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ପାସ୍ ଆଉଟ ପିଲା ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ୨୦୦୭, ୨୦୦୯, ୨୦୧୩, ୨୦୧୬, ୨୦୧୮, ୨୦୧୯ ଓ ୨୦୨୧ ଆଦି ବ୍ୟାଚ୍‌ର ପୁରାତନ ଛାତ୍ର ମାନେ ଭାଗ ନେଇଥିଲେ । ଦୁଇ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଫାଇନାଲ ମ୍ୟାଚ୍ ୨୦୧୮ ଓ ୨୦୧୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୧୮ ବ୍ୟାଚ୍ ବିଜୟଲାଭ କରିଥିଲା । ଅମ୍ପାୟର ଭାବେ ସେକ୍ ଜାହିର, ସେକ୍ ଆରିପ୍ ଅଲ୍ଲୀ ଦାୟୀତ୍ୱ ତୁଲାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ସୁରଜ ପଟ୍ଟନାୟକ, ନାରାୟଣ ସେଠୀ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସେକ୍ ଗୁଲଫାନ, ଜାହିର ଖାଁ, ସେକ୍ ଅସଲମ, ଜାହିଦ୍ ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ