କେଜିରୁ ପିଜି ପିଲାଙ୍କର ସମସ୍ତ ଫିସ ଛାଡ ଦାବୀ- ଏଆଇଏସଏଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଅଖିଳ ଭାରତ ଛାତ୍ର ସଙ୍ଘ(ଏ.ଆଇ.ଏସ.ଏଫ.)ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଶତାଧିକ ଛାତ୍ର ପ୍ରତିନିଧିଙ୍କୁ ନେଇ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସାଥି ତନ୍ମୟ କୁମାର ରାଉତ ସଭାପତିତ୍ୱ କରିଥିଲେ। ଜିଲ୍ଲା ମୁଖ୍ୟ ଆବାହକ ସାଥି ଆହ୍ୱାନ ରାଉତରାୟ ବୈଠକର ଆଭିମୁଖ୍ୟ ସହିତ ଅଖିଳ ଭାରତ ଛାତ୍ରସଙ୍ଘର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ରାଜ୍ୟ ସମ୍ପାଦକ ସାଥି କାହ୍ନୁଚରଣ ପରିଡା ଯୋଗଦେଇ ସ୍ୱାଧୀନତା ସଂଗ୍ରାମ ମଧ୍ୟରେ ୧୯୩୨ମସିହା ଅଗଷ୍ଟ ୧୨ତାରିଖରେ ଏ.ଆଇ.ଏସ.ଏଫ. ଜନ୍ମଲାଭ କରି ଦେଶ ସ୍ୱାଧୀନତାରେ ଅନେକ ଛାତ୍ରଙ୍କ ଜୀବନଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷାକୁ ସମ୍ବିଧାନର ମୈାଳିକ ଅଧିକାର ପାଇଁ ଅନେକ ଲଢେଇ ଏହି ଏ.ଆଇ.ଏସ.ଏଫ. କରିବାର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ସାଥି ଶ୍ରୀଚରଣ ସାମଲ ଯୋଗଦେଇ କେନ୍ଦ୍ରାପଡା ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଓ ସେଥିପାଇଁ ତୁରନ୍ତ ନାମଲେଖା ଆରମ୍ଭ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଛାତ୍ରନେତା ସାଥି ଆଦିକନ୍ଦ ରାଉଳ, ଶ୍ରମିକନେତା ସାଥି ବାବାଜୀ ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ବରିଷ୍ଠ ଆଇନଜୀବୀ ସାଥି ରମଣୀରଞ୍ଜନ ରାଉତରାୟ, ସାଥି ରଞ୍ଜନ କୁମାର ମଲ୍ଲିକ, ସାଥି ଦିନେଶ କୁମାର ସାହୁ, ସାଥି ପ୍ରତ୍ୟୁଷ ବେଉରା,ସାଥି ତନ୍ମୟ ରାଉତ, ସାଥି ଭକ୍ତିପ୍ରିୟା ନାୟକ, ସାଥି ସୁପ୍ରିୟା ନାୟକ, ସାଥି ସୋନାଲି ସ୍ୱାଇଁ, ସାଥି ଲକ୍ଷ୍ମୀପ୍ରିୟା ନାୟକ,ସାଥି ରଶ୍ମୀରେଖା ରାଉଳ, ସାଥି ରଞ୍ଜିତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆସନ୍ତା ୧୧ତାରିଖରେ ଆନ୍ଦୋଳନ ପାଇଁ ଡାକରା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ