ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ପାରଳା ଉପ-କାରଗାର ଅଧୀକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମାରେ ଥିବା ପାରଳାଖେମୁଣ୍ଡି ଉପ-କାରାଗାର ଅଧ୍ୟକ୍ଷ ଉଲ୍ଲେଖନୀୟ ସେବା ଓ କାର୍ଯ୍ୟ କ୍ଷେତ୍ରରେ ବେଶ ସଫଳତା ଅର୍ଜନ କରିଥିବା ଯୋଗୁଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି. ତେଣୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଧକ୍ଷଙ୍କୁ ସାକ୍ଷାତ କରି ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି. ସୂଚନାଯୋଗ୍ୟ ଯେ ଉଲ୍ଲେଖନୀୟ ସେବା ତଥା କାର୍ଯ୍ୟକ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ସାଧାରଣତନ୍ତ୍ର ଦିବସ ଅବସରେ ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପାରଳା ଉପ – କରାଗାରର ଅଧୀକ୍ଷକ କାମାକ୍ଷା ପ୍ରସାଦ ପତିଙ୍କୁ ସମ୍ମାନିତ କରି ପଦକ ପ୍ରଦାନ କରିଥିଲେ। ଅଧୀକ୍ଷକଙ୍କ ଏହି ପ୍ରଶଂସା ପାଇଁ ସହରର ବିଭିନ୍ନ ସାହିତ୍ୟ ସଂଗଠନ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାହିତ୍ୟିକ ବିଚିତ୍ରାନନ୍ଦ ବେବର୍ତ୍ତା କଳାପରିଷଦର ସଂଯୋଜିକା ତନୁଜା ଶତପଥୀ, ଗୌରହରି ପାଠାଗାରର ସଭାପତି ରମେଶ ଚନ୍ଦ୍ର ପାଢି,ପ୍ରଫୁଲପାଣିଗ୍ରାହୀ, ମଞ୍ଜୁଳା ଚୌଧୁରୀ ଉପକାରାଗାର ଅଧୀକ୍ଷକ ଶ୍ରୀ ପତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।


