ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କେମ୍ପୋରୀ ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସରକାରୀ ଏସ. ଏସ. ଡି  ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ନବମ  ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡ଼ସ କେମ୍ପୋରୀ  କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ  ଡ଼ଃ. ମାୟାଧର ସାହୁଙ୍କ ଅଧକ୍ଷ୍ୟତାରେ ଆୟୋଜିତ ଉଦଯାପନୀ ଉତ୍ସବରେ   ବିଶିଷ୍ଟ ଅତିଥି ଭାବେ ରୂପେ ଫାଲଗୁନୀ ମାଝୀ ଅତିରିକ୍ତ ଜିଲ୍ଲାପାଳ ଗଜପତି ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗଜପତି ଏ. ରବି କୁମାର, ଜିଲ୍ଲା ଗାଇଡ଼ କମିଶନର ଗଜପତି ଶ୍ରୀମତୀ ଏସ. ମଣିମାଳା, ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ସମ୍ପାଦକ ଭାରତ ସ୍କାଉଟସ  ଏବଂ ଗାଇଡ଼ସର ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ସଂଗଠନ କମିଶନର ସ୍କାଉଟ ଏବଂ ଗାଇଡ଼ସର ପ୍ରିୟଦର୍ଶୀ ମିଶ୍ର, ଡି. ଟି, ସି. ଦର୍ଶିତା ପଟ୍ଟନାୟକ, ଗାଇଡ଼ସ କ୍ୟାପଟେନ ରେଖା ରାଣୀ ଦେଓ, ଗାଇଡ଼ସ କ୍ୟାପଟେନ ତପସ୍ୱିନୀ ପଣ୍ଡା, ସ୍କାଉଟ ମାଷ୍ଟର ଧୀରେନ୍ଦ୍ର ସାମଲ, ସ୍କାଉଟ ମାଷ୍ଟର ସୁରେନ୍ଦ୍ର ପାତ୍ର, ସ୍କାଉଟ ମାଷ୍ଟର ସୁଦୀପ୍ତ  କୁମାର ବାରିକ,  ଯୋଗଦାନ କରିଥିଲେ ।ଏହି କେମ୍ପୋରୀକୁ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚାଳନା କରିଥିଲେ। ଏହି କେମ୍ପୋରୀରେ 550 ରୁ ଅଧିକ ସ୍କାଉଟସ ଓ ଗାଇଡ଼ସ ଓ 78 ଗୋଟି ବିଦ୍ୟାଳୟ ଯୋଗଦାନ କରଥିଲେ। ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାବେଶ ଶେଷରେ ପ୍ରିୟଦର୍ଶୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ