ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୭ ତମ ବାର୍ଷିକ ଉତ୍ସବ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପାର୍ଶମ୍ୱାରେ ଅବସ୍ଥିତ ପୂର୍ଣ୍ଣପୀଠ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଆଜି ବିଦ୍ୟାଳୟର ୨୭ତମ ବର୍ଷିକ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଯୋଗଦେଇ ଶିକ୍ଷାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଞ୍ଚଳିକ ବ୍ୟାଙ୍କ୍ ପରିଚାଳକ ବିଶ୍ଵନାଥ ପାଣିଗ୍ରାହୀ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ପିଲାମାନେ ବହିରେ ଯେଉଁସବୁ ପାଠ ପଢିଥାଆନ୍ତି, ତାହାର ବ୍ୟବହାରିକ ମାଧ୍ୟମ ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ। ସୂଚନାଯୋଗ୍ୟ, ଅନୁଷ୍ଠାନର ସଭାପତି ଶ୍ରୀମତୀ ଗୀତାଞ୍ଜଳି ଦାସ ଆଜିର ଏହି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବ ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଗୌରହରି କରସୁଧା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ଅଧ୍ୟକ୍ଷ ରବୀନ୍ଦ୍ରନାଥ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସଭ୍ୟା ଶ୍ରୀମତୀ କଳ୍ପନା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ନିଜର ଅଭିଭାଷଣ ରଖିଥିଲେ। ପରେ ପରେ ବିଦ୍ୟାଳୟ ତରଫରୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ସହ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଶେଷରେ ମାତୃପୀଠ ସମ୍ପାଦକ ବିଜୟ କୁମାର ମୁନି ସମସ୍ତଙ୍କୁ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ