ଜମି ଦେବା ନାଁରେ ୩୮ ଲକ୍ଷ ଟଙ୍କା ଠକେଇ
କଟକ(ଓ୍ବାଇଏନଏସ): ଦୁଇ ଜଣଙ୍କୁ ଜମି ଦେବା ନାଁରେ ୩୮ ଲକ୍ଷ ଟଙ୍କା ଠକେଇ ମାମଲାରେ ବିଲଡର ସଞ୍ଜୀବ ବିଶ୍ଵାଳ କଟକ ସଦର ଥାନାରେ ଅଟକ। ପୋଲିସରେ ଏ ସମ୍ପର୍କିତ ମାମଲା ରୁଜୁ ହେବା ପରେ ପୋଲିସ ସଂପୃକ୍ତ ବିଲଡରକୁ ଡାକି ଅଧିକ ପଚରା ଉଚରା ଜାରି ରଖିଛନ୍ତି । ପୂର୍ବରୁ ମଧ୍ୟ କିଛି ମାମଲା ରହିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ବିଲଡରକୁ ପୋଲିସ ଥାନାରେ ଅଟକ ରଖି ଠକେଇ ଲିଙ୍କ୍ ରେ ଜେରା କରୁଛି। ସୂଚନାଯୋଗ୍ୟ ଯେ, ଗତ ୨୦୨୨ ମସିହରେ ବିଲଡର ସଞ୍ଜୀବ ବିଶ୍ଵାଳ ଦୁଇଜଣ ବ୍ୟକ୍ତି ତୁଷାର ରଞ୍ଜନ ଦାସ ଓ ମାନସ ରଞ୍ଜନ ଭୂୟାଁଙ୍କୁ ୨୦୦୦ sqft ର ତ୍ରିଶୁଳିଆ ଶ୍ରୀବନ୍ତପୁର ମୌଜାରେ ଘରବାରି ପ୍ଲଟ ବିକ୍ରୟ କରିବା ଓ କବଲା କରାଇଦେବା ପ୍ରତିଶୃତି ଦେଇଥିଲେ। ପରେ ବିଲଡର ଶ୍ରୀ ବିଶ୍ୱାଳ ସେ ଦୁଇ ଜଣ ବ୍ୟକ୍ତିଙ୍କୁ ଏକ ୫୦୦୦ sqft ର ଜମି ଦେଖାଇ ଗୋଟେ sqft କୁ ୧୨୦୦ ଟଙ୍କା ହିସାବରେ ୫୦୦୦ sqft କୁ ୬୦ ଲକ୍ଷ ଟଙ୍କା ଚୁକ୍ତି କରିଥିଲେ। ପରେ ଆଡ଼ଭାନ୍ସ ବାବଦକୁ ଦୁଇ ଜଣ ସମ୍ପୃକ୍ତ ବିଲଡର ଶ୍ରୀ ବିଶ୍ୱାଳଙ୍କୁ ୩୮ ଲକ୍ଷ ଟଙ୍କା ଦେଇଥିଲେ। ଏବଂ ୧ ମାସ ଭିତରେ ବଳକା ୨୨ ଲକ୍ଷ ରେଜିଷ୍ଟ୍ରି ହେବା ଦିନ ଦେବା ପାଇଁ ସ୍ଥିର କରିଥିଲେ। ହେଲେ ବିଲଡର ଶ୍ରୀ ସଞ୍ଜୀବ ବିଶ୍ଵାଳ ସେମାନଙ୍କୁ ଆଜିକାଲି କହି ସମୟ ଗଡେଇବାକୁ ଲାଗିଲେ। ପରେ କିଛି ଦିନ ହେବ ବିଲଡର ଧରା ଛୁଆଁ ନ ଦେବାରୁ ଦୁଇ ଜଣ ବ୍ୟକ୍ତି ତୁଷାର ରଞ୍ଜନ ଦାସ ଓ ମାନସ ରଞ୍ଜନ ଭୂୟାଁ କଟକ ସଦର ଥାନାର ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ। ପରେ କଟକ ସଦର ଥାନା ପୋଲିସ ସମ୍ପୃକ୍ତ ବିଲଡର ସଞ୍ଜୀବ ବିଶ୍ଵାଳ କଟକ ସଦର ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି। ପୂର୍ବରୁ ବିଲଡର ସଞ୍ଜୀବ ବିଶ୍ୱାଳ ସ୍ୱାଧୀନ ବିଧାୟକ ପାର୍ଥି ଭାବେ ଗତ ନିର୍ବାଚନ ଲଢିଥିଲେ। ବିଲଡର ପାଇଁ ଅଡ଼ୁଆ ବଢିଲା। ୨୦୨୨ ମସିହାରେ ତ୍ରିଶୁଲିଆରେ ୮ ଗୁଣ୍ଠ ଜମିଦେବା ନା ରେ ଏହି ଠକେଇ ହୋଇଥିଲା।


