ଆକାଶବାଣୀ ସ୍ଵିକୃତି ପ୍ରାପ୍ତ ମ୍ୟୂଜିକ କମ୍ପୋଜରସ ଆସୋସିଏସନର ରାଜ୍ୟ ସ୍ତରୀୟ ବୈଠକ

କଟକ, (ଓ୍ବାଇଏନଏସ): ରବିବାର ସକାଳ ୧୦ ଘଟିକା ସମୟରେ ରାଜ୍ୟ ସ୍ତରୀୟ ଆକାଶବାଣୀ ସ୍ଵିକୃତି ପ୍ରାପ୍ତ ମ୍ୟୂଜିକ କମ୍ପୋଜରସ ଆସୋସିଏସନର ବୈଠକ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ମିତ୍ରଙ୍କ ଅଧ୍ୟକ୍ଷତାରେ ଚହଟାସ୍ଥିତ ରଶ୍ମି ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଭାରତୀୟ ସଙ୍ଗୀତ, ଓଡ଼ିଶାର ବିଭିନ୍ନ ଶୈଳୀର ସଙ୍ଗୀତ ତଥା ଲୋପ ପାଇ ଆସୁଥିବା ସଙ୍ଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସଙ୍ଗୀତ ସଂଯୋଜକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା। ଏଥିପାଇଁ ସଙ୍ଗୀତ ସଂଯୋଜକ ମାନଙ୍କର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସେହିପରି ଗଣମାଧ୍ୟମର ଭୂମିକା ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବେ ବୋଲି    ଆମକା (ଆକାଶବାଣୀ ସ୍ଵିକୃତି ପ୍ରାପ୍ତ ମ୍ୟୂଜିକ କମ୍ପୋଜରସ ଆସୋସିଏସନ ) ନିବେଦନ କରିଛନ୍ତି। ଏହି ସଭାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ସର୍ବଶ୍ରୀ ଓମ୍ ପ୍ରକାଶ ମହାନ୍ତି, ମନ୍ମଥ ମିଶ୍ର, ସୁଭାଷ ଦାସ, ଚୈଧୁରୀ ଭାରତୀକୃଷ୍ନ ଦାସ, ଜଗନ୍ନାଥ କୁଅଁର, ବିଶ୍ଵନାଥ ମିଶ୍ର, ଗୁରୁ ପ୍ରସାଦ ଦାସ, ସୁଶାନ୍ତ ନାଥ, ପ୍ରଫୁଲ୍ଲ ବେହେରା, ଗଙ୍ଗାଧର ଦାସ, ବିଜୟ ସାମନ୍ତରାୟ, ଶଙ୍କର ପ୍ରଧାନ, ସନ୍ନ୍ୟାସୀ ପରିଛା, ଧୀରେନ୍ ପଟ୍ଟନାୟକ, ପରମାନନ୍ଦ ସାହୁ, ପ୍ରଦୀପ ଗୁରୁଓ୍ଵରା, ରଞ୍ଜନ ମିଶ୍ର, ମନୋରଞ୍ଜନ ପାଢ଼ୀ ଆଦି ୬୦ରୁ ଉର୍ଦ୍ଧ୍ୱ ସଙ୍ଗୀତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଉକ୍ତ ସଭାରେ ବିଶିଷ୍ଟ ଅତିଥି ଭାବରେ ଦୁଇ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଅମିତାଭ ମହାପାତ୍ର ଓ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସେଠୀ ମାର୍ଗଦର୍ଶନ କରିଥିଲେ। ପ୍ରାରମ୍ଭରେ ଦିବଂଗତ ସିତାର ବାଦକ ତଥା ସଙ୍ଗୀତ ସଂଯୋଜକ ରବି ଶଙ୍କର ପ୍ରଧାନ, ଅଖିଳ ଲେଙ୍କା, ଭାନୁମତୀ ସାହୁ, ନିହାର ରଞ୍ଜନ ମହାନ୍ତି ଓ ରାଧାକାନ୍ତ ନନ୍ଦଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ