ଆସିକା ସଙ୍କଟ ମୋଚନ ହନୁମାନ ମନ୍ଦିରରେ ଅଷ୍ଟପ୍ରହର ନାମଯଜ୍ଞ
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ଅଧିନସ୍ଥ ଅଶୋକା ସିନେମାହଲ୍ ଛକସ୍ଥିତ ହନୁମାନ ମନ୍ଦିର ନିକଟରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ବିଶ୍ୱ କଲ୍ୟାଣ ନିମିତ୍ତ ୫୮ତମ ଅଷ୍ଟପ୍ରହର ନାମଯଜ୍ଞ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରବିବାର ଠାରୁ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଗତ କାଲି ଅର୍ଥାତ୍ ଶନିବାର ବିଧିବିଧାନ ତଥା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅଧିବାସ, କଳସଯାତ୍ରା ଓ ଅଖଣ୍ଡ ଦୀପ ସ୍ଥାପନ ପରେ ରବିବାର ପୂର୍ବାହ୍ନରୁ ନାମଯଜ୍ଞ ଆରମ୍ଭ ହୋଇଥିଲା ବେଳେ ଏହି ଅଷ୍ଟପ୍ରହର ନାମଯଜ୍ଞରେ ଭେଟନଇ, ମର୍ଦ୍ଦରାଜପୁର, ଝାଡବନ୍ଧ, ତେନ୍ତୁଳିଆ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିବା ଜଣାପଡିଛି । ଆସନ୍ତାକାଲି ଅର୍ଥାତ୍ ସୋମବାର ଏହି ଅଷ୍ଟପ୍ରହର ନାମଯଜ୍ଞ ସଂପନ୍ନ ହେବାର କାର୍ଯ୍ୟକ୍ରମ ସାଙ୍ଗକୁ ନଗର ପରିକ୍ରମା, ଦଧିଭାଣ୍ଡ ଭଞ୍ଜନ ସହ ପ୍ରସାଦ ସେବନର ଆୟୋଜନ କରାଯାଉଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ମୁକୁନ୍ଦପୁର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ବୀର ବଜରଙ୍ଗ ନାମ ସଂକୀର୍ତ୍ତନ ମଣ୍ଡଳୀର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକ ପ୍ରେମୀ କାହ୍ନୁଚରଣ ପଣ୍ଡା, ଏସ୍.ରାମାରାଓ ରେଡି, କେ.ରାବଣା ରାଓ, ରବିନ୍ଦ୍ର କୁମାର ପରିଡା, ରବିନ୍ଦ୍ର କୁମାର ସାହୁ, କ୍ରିଷ୍ଣା ରାଓ, ବାବୁଲା ସାହୁ, ରିଙ୍କୁ ସାହୁ, ସୁଶାନ୍ତ କୁମାର ମହାରଣା, ଜିତେନ୍ଦ୍ର କୁମାର ପାତ୍ର, କେ.ବଦ୍ରିନାରାୟଣ ପୃଷ୍ଟି, ପ୍ରକାଶ ବେହେରା, ଉଲ୍ଲାସ ରଂଜନ ପାଢୀ, କୋଟେଶ୍ୱର ପଣ୍ଡା, ପରମେଶ୍ୱର ସାହୁ, ବଳଭଦ୍ର ସାହୁ, ଜଗନ୍ନାଥ ସାହୁ, ସୁଚିତ୍ର ମହାରଣା, ସୁଶାନ୍ତ ମହାରଣା, ଗୋପାଳକୃଷ୍ଣ ସାହୁଙ୍କ ସମେତ ଅଶୋକା ସିନେମା ରୋଡର ସ୍ୱେଚ୍ଛାସେବୀ, ଯୁବପିଢୀ, ବ୍ୟବସାୟୀ ପ୍ରମୁଖ ସହଯୋଗ କରୁଥିବା ବେଳେ ନାମଯଜ୍ଞ ଶ୍ରବଣ କରିବାକୁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ପୋଡଙ୍ଗୀ ଗ୍ରାମ ସ୍ଥିତ ରାଧାକୃଷ୍ଣ ମଠ ମହନ୍ତ ସନ୍ଥ ଶ୍ରୀ ଅନନ୍ତକୃଷ୍ଣ ଦାଶ ମହାରାଜ ଏହି ଅଷ୍ଟପ୍ରହର ନାମଯଜ୍ଞରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି ।


