କଟନି ଛଟଣିରେ ଚାଷୀ ହତାଶ: କୁଇଣ୍ଟାଲ୍ ପ୍ରତି ୧୨ କୁଇଣ୍ଟାଲ କଟାଯାଉଛି

ହାଟଡିହି (ଓ୍ବାଇଏନଏସ):  ମିଳିମିଶି ମଣ୍ଡିରେ ଚାଷୀକୁ ଶୋଷଣ କରାଯାଉଛି। ବର୍ଷ ସାରାର କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବାକୁ ଆସି ଚାଷୀ ହତାଶ ହେଉଛନ୍ତି। କୁଇଣ୍ଟାଲରେ ୫ କେଜିରୁ ଆରମ୍ଭକରି କାହାର ୮ କେଜି, କାହାର ୧୦ କେଜି ତ ଆଉ କାହାର ୧୨ କେଳି ପର୍ଯ୍ୟନ୍ତ ଧାନ କଟାଯାଉଛି। ମୁହଁ ଖୋଲିଲେ ଧାନ ନିଆଯିବ ନାହିଁ ବୋଲି ଧମକ ମିଳୁଛି। ହାଟଡିହି ବ୍ଲକର ଅଧିକାଂଶ ମଣ୍ଡିରେ ଏଭଳି ସ୍ଥିତି ଚାଷୀଙ୍କୁ ଅତିଷ୍ଠ କଲାଣି। ମଣ୍ଡିରେ ସରକାରୀ ବାବୁଙ୍କ ପାଦ ପଡ଼ୁ ନଥିବାରୁ ମିଲରଙ୍କ ମର୍ଜିରେ କଟନି-ଛଟଣି ଚାଲିଥିବା ଅଭିଯୋଗ ହେଉଛି । ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଏଫ୍ଏକ୍ୟୁ ମାନକୁ ଆଳ କରି ଗତବର୍ଷଠାରୁ ସହମତିରେ କଟୁନି – ଛଟ୍‌ନି ଚାଲିଛି। ପୂର୍ବରୁ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ୫କେଜି ଧାନ କଗଯାଉ ଥିବାବେଳେ ଏବେ ତାହା ୧୨କେଜିରେ ପହଞ୍ଚିଲାଣି । ମଣ୍ଡିରେ ଧାନ ନନେବା ଓ ବେପାରୀକୁ କମ ଦରରେ ଧାନ ବିକିବା ଆଶଙ୍କାରେ ଚାଷୀ ବାଧ୍ୟ ହୋଇ କଟନି -ଛଟଣିରେ ସମ୍ମତି ପ୍ରକାଶ କରୁଛନ୍ତି। ଯାହାର ସୁଯୋଗରେ ଏବେ ୫ କେଳିରୁ ଅଧିକା ଧାନ କଗଯଉଥିବା ଅଭିଯୋଗ ହେଉଛି। ବ୍ଲକର ଅନେକ ମଣ୍ଡିରେ ସର୍ବନିମ୍ନ ୭ରୁ ୮ କେଜି ପର୍ଯ୍ୟନ୍ତ କଗଯାଉଛି। ଧାନର ମାନ ସାମନ୍ୟ ଖରାପ ଥିଲେ ୧୨ କେଜି ପର୍ଯ୍ୟନ୍ତ କଟାଯଉଥିବା ଚାଷୀ ଅଭିଯୋଗ କରିଛନ୍ତି। କୁଇଣ୍ଟାଲରେ ୧୨ କେଜି କାଟିବା ଚାଷୀଙ୍କୁ ହତାଶ କରୁଛି । ଅନ୍ୟ କୌଣସି ଉପାୟ ନଥିବାରୁ ଚାଷୀ ବାଧ୍ୟ ହୋଇ ଧାନ ଦେଉଛନ୍ତି। ଅନେକ  ଚାଷୀ ନାମ ଗୋପନ ରଖିବା ସର୍ଭରେ ଏଭଳି ଅଭିଯୋଗ କରିଛନ୍ତି। ହାଟଡିହି ର ଚାଷୀ ଗୌରାଙ୍ଗ ରଣା ମଣ୍ଡିକୁ ଧାନ ନେଇଥିବା ବେଳେ ତାଙ୍କର ୧୨ କେଜି ଲେଖାଏଁ କଟାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି  ଚାଷୀ ବ୍ରଜ କିଶୋର ଜେନାଙ୍କ ଧାନରେ ୮ କେଜି ଲେଖାଏଁଧାନ କାଟିବାରୁ ମିଲର ପ୍ରତିନିଧିଙ୍କ ସହ ଝଗଡ଼ା ହୋଇଥିଲା। ପରବର୍ତ୍ତୀ ସମୟରେ ସହମତି ଭିତ୍ତିରେ ୫ କେଜି ଲେଖାଏଁ କାଟିବାକୁ ନିଷ୍ପତି ହୋଇଥିଲା ବୋଲି ବ୍ରଜକିଶୋର ଜେନା କହିଛନ୍ତି।  ଏହା କେବଳ ଭାତହାଣ୍ଡିରୁ ଗୋଟିଏ ଦୁଇଟି ଉଦାହରଣ ମାତ୍ର । ପ୍ରତି ମଣ୍ଡିରେ ଏଭଳି କାରବାର ଚାଲିଛି। ମଣ୍ଡି ଜଗିବା ପାଇଁ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କାହାରି ପାଦ ପଡୁନାହିଁ । ପ୍ୟାକ୍ସ କର୍ତ୍ତୃପକ୍ଷ ଓ ମିଲରଙ୍କ ମର୍ଜିରେ କଟ୍‌ନି-ଛଟଣି କରି ଧାନ କିଣାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ