ବାଲ୍ୟ ବିବାହ ନିରୋଧକୁ ନେଇ ଗଜପତିରେ ଜନସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ନାଲସା ଜାଗୃତି ଯୋଜନା ଏବଂ ନାଲସା ଆଶା ଯୋଜନା ଅନୁଯାୟୀ ବାଲ୍ୟ ବିବାହ ନିରୋଧ ପାଇଁ ଆଇନରେ ରହିଥିବା ବିଭିନ୍ନ ଦିଗ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଗଜପତି ଜିଲ୍ଲାର ଅନ୍ତର୍ଗତ ଗୋଷାଣି ବ୍ଲକର ଲାବଣ୍ୟଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ ହଲରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡିସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟଙ୍କ ସହଯୋଗରେ ଏହି ଜନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଭାଗ୍ୟଲକ୍ଷ୍ମୀ ନାୟକ, ଗାରାବନ୍ଧ ଥାନାର ସବ ଇନ୍ସପେକ୍ଟର କୁମାରୀ ଅମ୍ବିକା ବେନିଆ, ଗୋସାଣି ବ୍ଲକର ଆଇ.ସି.ଡି.ଏସ. ସୁପରଭାଇଜର, ତପସ୍ୱିନୀ ଜେନା ତଥା ପାରଳାଖେମୁଣ୍ଡି ସ୍ଥିତ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟର ସମାଜସେବୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ନେଇ ରହିଥିବା ଆଇନର ବିଭିନ୍ନ ଦିଗ ବିଷୟରେ ତର୍ଜମା କରିବା ସହ, ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ନାଲସା)ଙ୍କ ଆଇନ ସଚେତନତା ଯୋଜନାଗୁଡ଼ିକ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ।


