ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ୪ଜଣ ଗିରଫ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ଥାନା ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଆନନ୍ଦପୁର ଥାନା ଓ ନନ୍ଦିପଦା ଥାନା ଅନ୍ତର୍ଗତ ଫକିର ପୁର, ଵାହିଆ, ପୁରୁଣାପାଣି, ଘୋଷରାପଦା ପ୍ରଭୃତି ଗ୍ରାମରେ ଚଢ଼ାଉ କରାଯାଇ ୩୧୯ଲିଟର ଦେଶୀ ରନ୍ଧା ମଦ ଓ ୩୨୦୦ ଲିଟର ମହୁଲପୋଚ ସହ ଏକ ସ୍କୁଟି ଜବତ କରାଯିବା ସହ ଏହି ଘଟଣାରେ ସୁଜିତ୍ ଯେନା, କାହ୍ନୁ ମୁମୁ, ବିଶୋଇ ହୋ, ନନ୍ଦ ହୋ ଙ୍କୁ ଗିରଫ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଓ ସ୍କୁଟିର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା, ଷ୍ଟା୍ଫ ମାନେ ସାମିଲ ଥିଲେ । ଏନେଇ ଆନନ୍ଦପୁର ରେଞ୍ଜ ଅବକାରୀ ଥାନା ପକ୍ଷରୁ ଗୋଟିଏ ଓ ହାଟଡିହି ଅବକାରୀ ଥାନା ପଷରୁ ୪ଗୋଟି ମାମଲା ରୁଜ୍ଜୁ କରାଯାଇଛି ।


