ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମର୍ପଣ ଦିବସ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ଭୋଇସାହି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥିରେ ସମର୍ପଣ ଦିବସ ପାଳନ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ସଦର ବିଧାୟକ ଜିବନ ପ୍ରଦୀପ ଦାଶ ତାଙ୍କ ବକ୍ତବ୍ୟ ରେ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଭାରତ ମାତା ପ୍ରତି ତାଙ୍କର ଭଲ ପାଇବା, ବଳିଦାନ ଓ ସମର୍ପଣ ଭାବ ବିଷୟ ରେ ଆଲୋକପାତ କରିଥିଲେ, ପଣ୍ଡିତ ଜୀ ଙ୍କ ଭଳି ସେବା ମନୋଭାବ ରହିଲେ ଜଣେ ଆଗକୁ କିପରି ଜଣେ ସୁ ନାଗରିକ ହୋଈ ପାରିବେ ସେ ବିଷୟ ରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରା କହିଥିଲେ , ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂପାଦକ ଚିତ୍ତ ରଞ୍ଜନ ପଣ୍ଡା ସଂଯୋଜନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କର୍ଯ୍ୟ କାରିଣୀ ସଦସ୍ୟ ପର୍ଶୁରାମ ବେହେରା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଚନ୍ଦ୍ର ଶେଖର ନନ୍ଦ, ଉପ ସଭାପତି ଗୌରାଙ୍ଗ ଚରଣ ଦାସ, ବିଜୟ ସାହୁ, କମଳ ଲୋଚନ ଦାସ ବଶିଷ୍ଠ ନାରୀନେତ୍ରୀ ସୁଷମା ରାଣୀ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଥିବା ବେଳେ , ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା କ୍ୟୁଆର୍ କୋର୍ଡ ମାଧ୍ୟମ ରେ ନମୋ ଆପ୍ ରେ ସମର୍ପଣ ରାଶି ପୈଠ କଲେ , କାର୍ଯ୍ୟକ୍ରମ ଆରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ ରାଷ୍ଟ୍ରୀୟ ବନ୍ଦନା ଗାନ କରାଯାଇ ଥିବା ବେଳେ କାର୍ଯ୍ୟକ୍ରମ ଶେଷ ରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇ ଥିଲା ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ରାକେଶ ମହାପାତ୍ର, ରଵିତା ଦାସ୍ , ବିଭୂପଡ ଡାସ,ସୁସ୍ମିତା ପଣ୍ଡା, ସୁକାନ୍ତି ଦେବ ଗୋସ୍ୱାମୀ , ନାରାୟଣ ମହନ୍ତ ଧିରଜ ମହାନ୍ତି, ସୁଧାଂଶୁ ପଣ୍ଡା ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ, ଶେଷ ରେ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ ।


