ଘୋଡାପଲାଣ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ପୋଲସରା, (ଓ୍ବାଇଏନଏସ): ପୋଲସରା ବ୍ଲକର ଘୋଡାପଲାଣ ପଞ୍ଚାୟତରେ ଫେବୃୟାରୀ ୧୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏହି ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ସମେତ କବିସୂର୍ଯ୍ୟନଗର ଆଇଆଇସି ନିରଞ୍ଜନ ଦାସ, ଏବିଡିଓ ସୋମାନ ବେହେରା, ବାଲିଛାଇ ଓଆଇସି ବୈକୁଣ୍ଠ ନାଥ ଜେନା, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ, ସରପଞ୍ଚ ଧୀରେନ୍ଦ୍ର କୁମାର ସେଠୀ ଯୋଗଦେଇ ଅଭିଯୋଗ ଗ୍ରହଣ କରିଥିଲେ। ଏଥିରେ ମୋଟ ୫୪ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ୮ ଜଣଙ୍କୁ ଘରପଟ୍ଟା ବଣ୍ଟନ କରାଯାଇ ତତ୍କାଳୀନ ସମାଧାନ ହୋଇଥିଲା। କାର୍ଯ୍ୟକ୍ରମରେ ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲ, କୃଷି ଅଧିକାରୀ ଗଣେଶ୍ୱର ସାହୁ, ବିଭିଓ ଡ଼ାକ୍ତର ଭକ୍ତଚରଣ ଦଳାଇ, ଫିସରୀ ଅଫିସର ପ୍ରିୟବ୍ରତ ଦାସଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗଦେଇଥିଲେ।  ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ ଜନଶୁଣାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପିଇଓ, ଏଡିଓ, ଅଙ୍ଗନବାଡ଼ି କର୍ମୀ, ସିଆରପି ,ଏମବିକେ ଓ ବ୍ଳକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। କରାତଳୀ ଗ୍ରାମର ପୂର୍ବ-ଉତ୍ତର ସାହିରେ ପ୍ରାୟ ୨୦ ପରିବାର ରହୁଥିବା ବେଳେ ସେମାନଙ୍କ ପାଇଁ ପାନୀୟ ଜଳଯୋଗାଣର ବ୍ୟବସ୍ଥା ହୋଇନଥିବା ନେଇ ଦୃଷ୍ଟି ଆକର୍ଷଣ କରିବା ସହିତ ଉକ୍ତ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟେପ୍ ଜରିଆରେ ପାନୀୟଜଳ ଯୋଗାଣ ନାମରେ ଫୋଟ ଉଠାଇ ଅର୍ଥ ହେରଫେର ହୋଇଥିବା ଭଳି ଅଭିଯୋଗ କରିଥିଲେ । ବିଡ଼ିଓ ଶ୍ରୀ ମହାପାତ୍ର ଅତି ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ