କେ. ସୁବାଣୀ ମହିମା ଆଶ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବ୍ଲକ ଅନ୍ତର୍ଗତ କେ. ସୁବାଣୀ ତାଳସାହି ମହିମା ଆଶ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ ସହ ବ୍ରହ୍ମଧୁନୀ ସ୍ଥାପନା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଯାଇଛି। ବ୍ରହ୍ମଅବଧୂତ ମାଧବାନନ୍ଦ ବାବାଙ୍କ ସ୍ମୃତିଚରଣ ସକାଶେ ଦୁଇଦିନ ବ୍ୟାପି ଏହି ୧୦ମ ବାର୍ଷିକ ଉତ୍ସବ ଅବସରରେ ବୁଧବାର ପ୍ରତଃ ସମୟରେ ଅଖଣ୍ଡ ଜ୍ୟୋତି ଅର୍ପଣ, ବ୍ରହ୍ମଧୁନୀରେ ଘୃତହୁତି, ଅମଣିଆଁ ଅର୍ପଣ ସହ ସମୂହ ପ୍ରାର୍ଥନା ଓ ପ୍ରଭୁନାମ ଭଜନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଦ୍ଵିତୀୟ ପର୍ଯ୍ୟାୟ ରେ ସାଧୁଭିକ୍ଷା ଓ ସାମୁହିକ ପ୍ରସାଦ ସେବନ ସହିତ ସନ୍ଧ୍ୟାବେଳେ ଜଗତ କଲ୍ୟାଣ ନିମନ୍ତେ ଅଖଣ୍ଡ ବ୍ରହ୍ମଧୁନୀରେ ଘୃତହୂତି ସହ ସାମୁହିକ ପ୍ରାର୍ଥନା କରାଯାଇଛି । ଗୁରୁବାର ବ୍ରାହ୍ମମୁହୂର୍ତ୍ତରେ ପୂର୍ଣ୍ଣାହୁତି, ବାଲ୍ୟଲୀଳା ଅର୍ପଣ ଓ ସାଧୁଭିକ୍ଷା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି ପବିତ୍ର ଅବସରରେ ଅଞ୍ଚଳ ରୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ଧୂପ-ଦୀପ ଦାନ କରି ଭୋଗ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମଅବଧୂତ ବ୍ରହ୍ମାନନ୍ଦ ବାବା, ବ୍ରହ୍ମଅବଧୂତ ଧ୍ରୁବାନନ୍ଦ ବାବା ଓ ବ୍ରହ୍ମଅବଧୂତ ସତ୍ୟାନନ୍ଦ ବାବାଙ୍କ ସହ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ନରସିଂହ ବେହେରା ପରିଚାଳନା କରିଥିଲେ.


