ପିତୃ -ମାତୃ ହୀନ ୩ ଅସହାୟ ଶିଶୁଙ୍କ ଦାୟିତ୍ୱ ନେଲେ ଗଜପତି ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ମେରାପର୍ଲି ପଞ୍ଚାୟତ ଲୁଡୁରୁ ଗ୍ରାମରୁ ଜିଲ୍ଲା ପ୍ରଶାସନ ୩ ଅସହାୟ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ଏହି ଗ୍ରାମର ମାର୍ସଲ ନାୟକଙ୍କ ସ୍ତ୍ରୀ ସାବିତ୍ରୀ ନାୟକ ୪ ବର୍ଷ ପୂର୍ବେ ୩ ଶିଶୁଙ୍କୁ ଛାଡି ଦ୍ଵିତୀୟ ବିବାହ କରି ଅନ୍ୟତ୍ର ଚାଲିଯାଇଛନ୍ତି। ମାର୍ସଲ ନାୟକ ଅତ୍ଯନ୍ତ ଗରିବ ହୋଇଥିବାରୁ ପିଲାଙ୍କ ଭରଣପୋଷଣ ପାଇଁ ଦାଦନ ଖଟିବାକୁ ଗୋଆ ରାଜ୍ୟକୁ ଚାଲିଯାଇଥିଲେ। ହେଲେ ବିଧୂର ବିଧାନ ଅଲଗା ଥିଲା। ୨୦୨୨ରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ତାଙ୍କ ତିନି ସନ୍ତାନ ଗ୍ରାମରେ ତାଙ୍କ ଭଉଣୀ ଲରେନସା ନାୟକଙ୍କ ନିକଟରେ ରହୁଥିଲେ। ୩ ପିଲାଙ୍କ ମଧ୍ୟରେ ୨ ଝିଅ ରହିଥ‌ିବା ବେଳେ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୫ ହୋଇଥିବା ବେଳେ ପୁଅର ବୟସ ୧୪ ଏବଂ ସାନ ଝିଅର ବୟସ ୯। ମାର୍ସଲଙ୍କ ମୃତ୍ୟୁ ପରେ ତାଙ୍କ ତିନି ସନ୍ତାନ ଅସହାୟ ହୋଇପଡିଥିଲେ | ମୋହନା ବିଡିଓ ଏ ବିଷୟ ଜାଣିବା ପରେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମୋହନା ଶିଶୁ ଯତ୍ନ ଅନୁଷ୍ଠାର ପରିଚାଳକଙ୍କ ସହ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ୩ ଶିଶୁଙ୍କୁ ଉଦ୍ଧାର କରିଥିଲେ | ଉଦ୍ଧାର କରିବା ପରେ ପ୍ରଥମେ ଶିଶୁ କଲ୍ୟାଣ ସମିତିଙ୍କ ନିକଟରେ ଶିଶୁମାନଙ୍କୁ ଉପସ୍ଥାପନ କରାଯାଇଥିଲା। ଶିଶୁଙ୍କ ଠାରୁ ସମସ୍ତ ବିଷୟ ଜାଣିବା ପରେ ଶିଶୁ କଲ୍ୟାଣ ସମିତି ସେମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମରେ ରହିବା ପାଇଁ ସୁପାରିସ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ରହିବା, ଖାଇବା ଓ ପାଠ ପଢିବା ଦାୟିତ୍ବ ନିଆଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ