ଆପ୍ତୀରା ଉନ୍ନୀତ ମଇ ବିଦ୍ୟାଳୟର ବିଶ୍ୱ ମାତୃଭାଷା ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆପ୍ତୀରା ଉନ୍ନିତ ମଇ ବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମୂହ ଭାବେ ମାତୃଭାଷା ଓଡିଆର ବହୁଳ ବ୍ୟବହାର, ଓଡିଆ ଭାଷା ସାହିତ୍ୟର ପ୍ରସାର ଓ ପ୍ରଚାର ପାଇଁ ଶପଥ ପାଠ କରିବା ସହିତ ସମ୍ବିଧାନର ପ୍ରସ୍ତାବନାକୁ ଓଡିଆରେ ସମୂହ ପାଠ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ସମ୍ପର୍କୀତ ସାଧାରଣଜ୍ଞାନ, ଚିତ୍ରାଙ୍କନ ଓ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ଗୌରାଙ୍ଗ ବିଶ୍ୱାଳଙ୍କ ସଂଯୋଜନା ତଥା ଶିକ୍ଷକ ଗୋପୀନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରସାର ଓ ପ୍ରଚାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଅନୁଜା ପଣ୍ଡା ସ୍ୱାଗତ ଭାଷଣ ଓ ଶିକ୍ଷକ ପ୍ରଭାତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା, ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରକାଶ ଥାଉକି, ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ମସିହା ଠାରୁ ପ୍ରତି ବର୍ଷ ଫେବୃଆରୀ ୨୧ରେ ବିଦ୍ୟାଳୟ ସ୍ତରୀୟ ମାତୃଭାଷା ଦିବସ ପାଳିତ ହୋଇଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ