ଗଜପତି ଷ୍ଟାଡିୟମରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା: ଜଗନ୍ନାଥଙ୍କ ଭଜନରେ ଫ୍ୟାସନ ଶୋ ପରିବେଷଣ ନେଇ ଉଦବେଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାରେ ଜଗନ୍ନାଥଙ୍କ ଭଜନରେ ଫ୍ୟାସନ ଶୋ ପରିବେଷଣକୁ ନେଇ ସାଧାରଣଙ୍କ ଠାରେ ଗଭୀର ଉଦବେଗ ପ୍ରକାଶ ପାଇଛି. ଗତକାଲି ଏହି ମେଳାର ପଞ୍ଚମ ଦିବସୀୟ ରଜନୀରେ ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟଗୀତ ପରିବେଷଣ ସମୟରେ ଓଡ଼ିଆ ସଂସ୍କୃତିକୁ ହତ୍ୟା କରାଯାଇଥିବା ଲକ୍ଷ୍ୟ କରାଯାଇଛି। ଏକ ନୃତ୍ୟ ଦଳ ଜଗନ୍ନାଥଙ୍କ ଭଜନରେ ‘ଆହେ ନୀଳ ଶଇଳ’ ଭଜନ ଗୀତ ବଜାଇ ଏଥିରେ ନୃତ୍ୟାଙ୍ଗନାମାନେ ଅପସଂସ୍କୃତିର ପରିଚୟ ଦେଖାଇ ଫ୍ୟାସନ ଶୋରେ ପିନ୍ଧା ଯିବା ପୋଷାକରେ ସଜ୍ଜିତ ହୋଇ ଫ୍ୟାସନ୍ ଶୋ ପରିବେଷଣ କରିଥିଲେ I ଯାହାକୁ ନେଇ କିଛି ସ୍ଥାନୀୟ ସମାଜସେଵୀମାନେ ତୀବ୍ର ପ୍ରତିକ୍ରିୟା କରି ଉପସ୍ଥିତ ଅଧୁକାରୀଙ୍କ ନିକଟରେ ଆପତ୍ତି କରିବା ଦେଖିବାକୁ ମିଳିଥିଲା। ଏହି ସୁଭଦ୍ରା ଶକ୍ତି ମେଳାରେ ଏଭଳି ବ୍ୟତିକ୍ରମ ଥରେ ନୁହେଁ ଦୁଇ ଦୁଇଥର ଦେଖିବାକୁ ମିଳିଛି. ପ୍ରଥମ ଦିବସରେ ‘ପାରଳାଖେମୁଣ୍ଡି’ ବନାନକୁ ଅପଭ୍ରଂଶ କରି ଲେଖ୍ ସରକାରଙ୍କ ଓଡିଆ ଅସ୍ମିତାକୁ ହତ୍ୟା କରାଯାଇ ଥିବା ବେଳେ ଗତକାଲି ସିଧାସଳଖ ଓଡିଆଙ୍କ ଆରାଧ୍ୟ ଦେବତା ତଥା ଜଗତର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଣ ଆହେ ନୀଳ ଶଇଳ’ ଭଳି ପବିତ୍ର ଭଜନରେ ପ୍ୟାସନ୍ ଶୋ କରି ଓଡିଆସଂସ୍କୃତିକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି | ଏହି ପବିତ୍ର ଭଜନରେ ଅପସଂସ୍କୃତି ପୋଷାକ ପିନ୍ଧି ରାମ୍ପରେ ଚାଲିବା ଦୃଶ୍ୟ ଦର୍ଶକମାନଙ୍କୁ ବିସ୍ମିତ କରିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି।


