ଚାନ୍ଦବାଲି ରାସ୍ତାରେ ମର୍ମତୁଣ୍ଡ ସଡ଼କ ଦୁର୍ଘଟଣା, ୨ ମୃତ ୨ ଗୁରୁତର

କଟକ, (ଓ୍ବାଇଏନଏସ) : ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌ କୁ ଧକ୍କା ଦେଲା ଚିଙ୍ଗୁଡ଼ି ବୋଝେଇ ଟ୍ରକ୍। ୨ ମୃତ ୨ ଗୁରୁତର। କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନି। ସୂଚନା ଅନୁଯାୟୀ, କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଛକ ଠାରେ ଚକ ଫାଟି ଯିବା ଯୋଗୁଁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ରାସ୍ତା କଡରେ ଅଟକି ରହିଥିଲା। ଭୋର୍ ପ୍ରାୟ ୫ଟା ବେଳେ କଟକ ଆଡୁ ଆସୁଥିବା ଏକ ଚିଙ୍ଗୁଡ଼ି ବୋଝେଇ କଣ୍ଟେନର ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା। ଫଲରେ ଚିଙ୍ଗୁଡ଼ି ବୋଝେଇ ଟ୍ରକ୍ ରେ ଥିବା ୪ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ୍ ଟି ପୁରାପୁରି ଛିନଛତ୍ର ହୋଇଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ