ବିଦ୍ୟୁତ ସଂସ୍ପର୍ଶରେ କାଠ କାରିଗର ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):   ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମର ନାରାୟଣ ଗୈାଡ ଙ୍କ ଘରେ କାଠ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ କୁଶଳୀ କାଠ କାରିଗର ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଉପର ସାହିର ନାରାୟଣ ମହାରଣା (୫୮) ।କାଠ କାରିଗର ଜଣକ  ଆଦିକନ୍ଦପୁର ଗ୍ରାମର ନାରାୟଣ ଙ୍କ ଘରେ କାଠ ଦ୍ଵାରା ବିଭିନ୍ନ ସାମଗ୍ରୀ ତିଆରି  କରୁଥିଲେ । ମଧ୍ୟାହ୍ନ ପାୟ ସାଢେ ୧୧ ଟା ରେ ସେ ବିଦ୍ୟୁତ ଚାଳିତ ଡ୍ରିଲ ମେସିନ ସାହାଯ୍ୟରେ କାଠ କାମ କରୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ଧକ୍କାରେ କିଛି ଦୂରକୁ ଛିଞ୍ଚାଡି ହୋଇ ପଡ଼ିଥିଲେ ।  ଘର ମାଲିକ ଓ କେତେକ ଗ୍ରାମବାସୀ କାଠ କାରିଗର ନାରାୟଣଙ୍କୁ ଅଚେତ ଅବସ୍ଥାରେ  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ ଏନେଇ ଖବର ପାଇବା ପରେ ଦିଗପହଣ୍ଡି ଥାନାକୁ ଏନେଇ ଜଣାଇଥିଲେ।  ସୂଚନା ପାଇବା ପରେ  ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ   ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିଲେ ।ସେଠାରେ ବ୍ୟବଚ୍ଛେଦ କରାଯିବା ପରେ  ମୃତଦେହ କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟାରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡିଛି । ନାରାୟଣ ମହାରଣା ଙ୍କ ଦୁଇଟି ଝିଅ ଅଛନ୍ତି।ସେ ଜଣେ ଅସହାୟ ଓ ନିତ୍ୟାନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ