ପ୍ରଣାମ ଭାରତ ପକ୍ଷରୁ ଦୁଇଦିନିଆ ନିଯୁକ୍ତି ମେଳା
ବାଲେଶ୍ଵର (ସରୋଜ ପଣ୍ଡା): ଅଗ୍ରଣୀ ସାମାଜିକ ସଂଗଠନ ପ୍ରଣାମ ଭାରତ ପକ୍ଷରୁ ଚଳିତ ମାସ ଅଠେଈଶ ଓ ମାର୍ଚ୍ଚ ପହିଲାରେ ଦୁଇଟି ପୃଥକ ସ୍ଥାନ ରେ ନିଯୁକ୍ତି ମେଳା ର ଆୟୋଜନ କରାଯିବ।ଆଜି ଅପରାହ୍ନ ରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଣାମ ଭାରତ ର କର୍ମକର୍ତ୍ତା ମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସଭାପତି ତ୍ରିଭୁବନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ବାଲେଶ୍ଵର ଜିଲ୍ଲା ର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ଦେବା ଲାଗି ସଂଗଠନ ପକ୍ଷରୁ ବେଙ୍ଗାଲୁରୁ ର ଆଇ ଏଫ ବି ଇଣ୍ଡଷ୍ଟ୍ରିଜ ଲିମିଟେଡ଼ କୁ ନିଯୁକ୍ତି ମେଳାରେ ସାମିଲ ହେବାକୁ କୁହାଯାଇଛି। ମୋଟ ୧୯୬ଜଣ ଯୁବକ ଯୁବତୀଙ୍କୁ ସାକ୍ଷାତକାର ମାଧ୍ୟମ ରେ ନିଯୁକ୍ତି ମିଳିବ। ମ୍ୟଟ୍ରିକ ଫେଲ. ମ୍ୟଟ୍ରିକ ପାସ, ପ୍ଲସ ଟୁ ଆଇ ଟି ଆଇ ପାସ ପିଲାଙ୍କୁ ପଞ୍ଜିକରଣ କରିବାକୁ ପଡିବ। ବୟସ ଅଠର ରୂ ଚାଳିଶ ମଧ୍ୟରେ ହେବା ଆବଶ୍ୟକ। ୨୮ତାରିଖ ରେ ଜଳେଶ୍ୱର ସ୍ଥିତ ଜମାଳ ପୁର ର ଦି ଇନ୍ଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସ କଲେଜ ଓ ମାର୍ଚ୍ଚ ପହିଲା ରେ ବାଲେଶ୍ଵର ସହର ର ମଠ ସାହି ରେ ଥିବା ସୁଲଗ୍ନା ଜୁନିୟର କଲେଜ ରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ. ସକାଳ ନ ଘଟିକା ଠାରୁ ଅପରାହ୍ନ ପାଞ୍ଚ ଘଟିକା ପର୍ଯ୍ୟନ୍ତ ସାକ୍ଷାତକାର ଚାଲିବ.। ସର୍ଵ ନିମ୍ନ ଛ ମାସ ପାଇଁ ଯୋଗ୍ୟ ପ୍ରାର୍ଥୀ ପ୍ରୋବେସନ ରେ ରହିବେ। ଦରମା ଶିକ୍ଷାଗତ ଯୋଗ୍ୟତା ମୁତାବକ ଅଠର ହଜାର ରୂ ଚାଳିଶ ହଜାର ଟଙ୍କା ରହିବ।


