ଗୋବରୀ କୂଳରେ ମା’ପ୍ରାଚେଶ୍ୱରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦା (ଗୋବରୀକୂଳ) ଗ୍ରାମର ଆରାଧ୍ୟା ଦେବୀ ମା’ପ୍ରାଚେଶ୍ୱରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଅବସରରେ ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା, ଯଜ୍ଞାଶୂଭାଧିବାସ, ପଂଚୁ ଦୋଳ ମେଳଣ, ଅଷ୍ଟପ୍ରହର ନାମ ଯଜ୍ଞ ଆଦି କରାଯାଉଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କଳସ ଶୋଭାଯାତ୍ରାରେ ଗ୍ରାମର ୧୫୧ ଜଣ ମହିଳା ମନ୍ଦିର ପରିସରରୁ ଆସି ଯମୁନା ସ୍ନାନ ନିକଟରେ ଥିବା ଗୋବରୀ ନଦୀରୁ ପୂର୍ଣ୍ଣ କଳସ ନେଇ ମା’ଙ୍କ ପୀଠରେ ସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କର୍ତା ଭାବେ ଶରତ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟ ସଂପାଦନ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଗ୍ରାମର ବିଷ୍ଣୁ ଚରଣ ଜେନା, ସୁଜିତ କୁମାର ପୁହାଣ, ସୁଦର୍ଶନ ପୁହାଣ, ଦିଲିପ କୁମାର ଜେନା, ରାମଚନ୍ଦ୍ର ଓଝା, ଧୁନାକର ସେଠୀ, ପ୍ରଭାତ ମହାନ୍ତି, ନରେଶ ସେଠୀ, ଉମେଶ ବିଶ୍ୱାଳ, ରଂଜିତ ଜେନା, ସାଗର ଜେନାଙ୍କ ସମେତ ଗ୍ରାମବାସୀମାନେ ସୁଚାରରୂପେ ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ