ଆମ ପୋଲିସ ସମିତି ସଚେତନତା କାର୍ଯ୍ୟକ୍ରମ

ହାଟଡିହି, (ଓ୍ବାଇଏନଏସ) : କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନନ୍ଦିପଦା  ଆମ ପୁଲିସ ସମିତିର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଥାନା ଆଇଆଇସି ଧର୍ମେନ୍ଦ୍ର କୁମାର ଶାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳିଗାଁ ସରପଞ୍ଚ ସସ୍ମିତା ଜେନା, ଅଁରା ସରପଞ୍ଚ ମମତା ବେହେରା, ଆମ ପୁଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ,  ପ୍ରସନ୍ନ ମହାନ୍ତି, ଦୁଃଶାସନ ସାହୁ, ମୋହନ କୁମାର ବେହେରା, ବୀରେନ୍ଦ୍ର କୁମାର ବିଶ୍ଵାଳ, ପ୍ରମୋଦ ନାୟକ  ପ୍ରମୁଖ ଯୋଗଦେଇଥିଲେ। ବର୍ତମାନ ସମୟରେ ଘଟୁଥିବା ସାଇବର ଠକେଇ, ବ୍ୟାଙ୍କ ଠକେଇ, ନାରୀ ନିର୍ଯ୍ୟାତନା ଆଦି ବିଷୟରେ ଆଇ ଆଇ ସି ଲୋକଙ୍କୁ ସଚେତନ କରାଇଥିଲେ। ବିଶେଷକରି କୌଣସି ଅଜଣା ଲୋକଙ୍କ ସହିତ ଫୋନରେ କଥା ନ ହେବା, କାହାକୁ ଓଟିପି ସେୟାର ନ କରିବା, ଅନ୍ୟ ଲୋକଙ୍କୁ ନିଜ ବ୍ୟାଙ୍କ ଏକାଉଣ୍ଟ ନ ଦେବା, ୧୮ବର୍ଷରୁ କାମ ବୟସର ପିଲା ମାନଙ୍କୁ ବାଇକ ଚଲାଇବାକୁ ନଦେବା, ନିଜ ଛୁଆ ଙ୍କ ଉପରେ ନଜର ରଖିବା ଆଦି ବିଷୟରେ ଅବଗତ କରାଯାଇ ଥିଲା। ଆମ ପୁଲିସ ସଦସ୍ୟ ମାନେ ନିଜ ନିଜ ବକ୍ତବ୍ୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏଥିରେ ସମାଜସେବୀ ବିଶ୍ୱନାଥ ବେହେରା, ପୀତବାସ ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ। ଆଗାମୀ ଦିନ ମାନଙ୍କରେ ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏହିପରି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ