ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ଏକ ସଭାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଜ୍ଞାନ ସମାଜର ଉପ ସଭାପତି ତଥା ଆଇ. କ୍ୟୁ. ଏସ. ସି ସଂଯୋଜକ ପ୍ରାଧ୍ୟାପକ ଡ. ଗୌତମ ସାବତ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇ.ଏମ. ଏମ. ଟି, ଭୁବନେଶ୍ୱର ର ଅବସରପ୍ରାପ୍ତ ଭୂତତ୍ତ୍ୱ ବିଜ୍ଞାନୀ ଡ. ଡି. ଶ୍ରୀନିବାସ ରାଓ ବିଜ୍ଞାନ ଦିବସର ମହତ୍ତ୍ୱ ବର୍ଣ୍ଣନା ପୂର୍ବକ ବୈଜ୍ଞାନିକ ଗବେଷଣା ନିମନ୍ତେ ଗଭୀର ନିରୀକ୍ଷଣାତ୍ମକ ଦୃଷ୍ଟି ରହିବା ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପ କୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର ବୈଜ୍ଞାନିକ ସି. ଭି. ରମଣଙ୍କ ଜୀବନୀ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ l ଏହି ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଜ୍ଞାନ ଭିତ୍ତିକ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଜ୍ଞାନ ସମାଜର ସଦସ୍ୟ ତଥା ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ. ପ୍ରଣତି କୁମାରୀ ରଥ ପରିଚାଳନା କରିଥିବା ବେଳେ
କାର୍ଯ୍ୟକ୍ରମ ଶେଷରେ ବିଜ୍ଞାନ ସମାଜର ଅନ୍ୟତମ ସଦସ୍ୟ ତଥା ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡ. ସୁଶୀଲ କୁମାର ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଡ. ବିଭୂତି ପ୍ରସାଦ ବାରିକ, ଡ. ସସ୍ମିତା ବଳିୟାରସିଂ,ଡ. ବିଭୂ ପ୍ରସାଦ ସାହୁ, ପ୍ରମୁଖ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଡ. ସସ୍ମିତା କୁମାରୀ ବେହୁରା, ପ୍ରଫେସର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡ. ପ୍ରବୀଣ କୁମାର ନନ୍ଦ,ଡ. ମନୀଷା ଦାଶ, ଅଧ୍ୟାପକ ଅଶୋକ ମୁଦୁଲି,ଅଧ୍ୟାପକ ଗୋପାଳ କୃଷ୍ଣ ସାହୁ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ବିଜ୍ଞାନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ