ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ସାମାଜିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଜେନାମଣି ସାହୁ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଫ୍ୟୁଜନ ଫାଇନାନ୍ସ ର ଡିଭିଜିନାଲ ମ୍ୟାନେଜର ଏମ.ଟୁକୁନା ପାତ୍ର,ନୟାଗଡ଼ ଶାଖାର ଆଡମିନ୍ ଶ୍ରୀକାନ୍ତ ଦାସ, କନିଷୀ ଶାଖାର ଏରିଆ ମ୍ୟାନେଜର ସୁଶାନ୍ତ କୁମାର ସାହୁ, ରାମଜୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କର, ଏଜୁକେଶନ ଶିକ୍ଷକ ସଚ୍ଚିନ ସେଠ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଫ୍ୟୁଜନ ଫାଇନାନ୍ସ ସଂସ୍ଥା ପକ୍ଷରୁ ଅତ୍ୟାଧୁନିକ ପାନୀୟ ଜଳ ଶୋଧନ ଏବଂ ପାନୀୟ ଜଳ ଶୀତଳକ ମେସିନ ବିଦ୍ୟାଳୟ କୁ ପ୍ରଦାନ କରାଯାଇଥିଲା। ଏହି ଦୁଇଟି ମେସିନ ଦ୍ଵାରା ବିଦ୍ୟାଳୟ ଛାତ୍ରୀ ଛାତ୍ର,ଶିକ୍ଷୟତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପକୃତ ହେବାସହ ବିଶୁଦ୍ଧ ପାନୀୟଜଳ ଦ୍ଵାରା ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ସହାୟକ ହୋଇପାରିବ ବୋଲି ଫ୍ୟୁଜନ ଫାଇନାନ୍ସ ସଂସ୍ଥାର ଡିଭିଜିନାଲ ମ୍ୟାନେଜର ଏମ.ଟୁକୁନା ପାତ୍ର ମତପ୍ରକାଶ କରିଥିଲେ। ଫ୍ୟୁଜନ ଫାଇନାନ୍ସ ସଂସ୍ଥାର ଏଭଳି କାର୍ଯ୍ୟକ୍ରମ ସମାଜସେବାର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି।ଏହି ସାମାଜିକ ସହଭାଗିତା କାର୍ଯ୍ୟକ୍ରମ ଅନ୍ୟ ସଂସ୍ଥା ମାନଙ୍କୁ ଏଭଳି ପଦକ୍ଷେପ ନେବା ପାଇଁ ପ୍ରେରଣା ଯୋଗାଇବାରେ ଅନୁପ୍ରାଣିତ କରିବ ବୋଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣି ସାହୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।


