ଅପରେସନ ସାଇବର କବଚ : ଜଣେ ଗିରଫ

ପୋଲସରା, (ଅନୀଲ କୁମାର ମହାରଣା) : ବିଭିନ୍ନ ତରିକାରେ ଲୋକଙ୍କ ଠାରୁ ସାଇବର ଠକମାନେ ଠକି ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଠକ ମାନଙ୍କୁ କାବୁ କରିବା ପାଇଁ ଅପରେସନ ସାଇବର କବଚ ଅଭିଯାନ ଆରମ୍ଭ କରିଥିଲେ। ପୋଲସରା ପୋଲିସ ଥାନା ପକ୍ଷରୁ ଅପରେସନ ସାଇବର କବଚ ଜରିଆରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଆସାମୀ ଜଣଙ୍କ ହେଲେ ପୋଲସରା ଥାନା ଅନ୍ତର୍ଗତ ଚଢିଆପଡା ଗ୍ରାମର ପପୁ ସାହୁ (୨୭)। ପୋଲସରା ଥାନା ଅଧିକାରୀ କୌଶିକ ମାଝୀଙ୍କ ସୂଚନା ଅନୁଯାୟୀ, ସାଇବର କବଚ ଅଭିଯାନରେ ପୁଲିସ ପକ୍ଷରୁ ସନ୍ଦେହଜନକ ବ୍ୟାଙ୍କ ଖାତା ଉପରେ ନଜର ରଖାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗୋଟିଏ ମ୍ଯୁଲ୍ ଆକାଉଣ୍ଟରୁ ୫,୮୪,୮୪୩ ଟଙ୍କା ଉଠାଯାଇଥିବା ବେଳେ ଏହି ଆକାଉଣ୍ଟରେ ଗତ ପ୍ରାୟ ୪ ମାସ ମଧ୍ୟରେ ୧୪,୪୭,୮୦୭ ଟଙ୍କା ସନ୍ଦେହଜନକ କାରବାର ହୋଇଥିବା ଜଣାପଡିଥିଲା। ଫଳରେ ଥାନାଧିକାରୀ କୌଶିକ ମାଝୀ ଏହି ଏକାଉଣ୍ଟ ଗୁଡିକୁ ଯାଞ୍ଚ କରି ବ୍ୟବହାର କରୁଥିବା ସାଇବର ଠକ ପପୁ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ