ରକ୍ତଦାନ ଶିବିର: ୪୧ ୟୁନିଟ୍ ରକ୍ତ ସଂଗ୍ରହ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପୀନାଥପୁରସ୍ଥିତ ଗୋପୀନାଥଜୀଉ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋପୀନାଥପୁର ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ୧୧ଦଶ ତମ ରକ୍ତଦାନ ଶିବିରରେ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଲ୍ୟାବ୍ ଟେକନିସିଆନ ରବିନ୍ଦ୍ର କୁମାର ଜେନା, କାଉନସିଲର ରତିକାନ୍ତ ବଳ, ଆଟେଣ୍ଡାଣ୍ଟ ପ୍ରକାଶ ବେହେରା, ଲିଲିମା ସ୍ୱାଇଁ, ବଳରାମ ପୁହାଣ, ମଧୁସ୍ମିତା ମଲ୍ଲିକ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଯୁବକ ସଂଘର କର୍ମକର୍ତ୍ତା ମନୋରଞ୍ଜନ ମହାପାତ୍ର, ସୁବ୍ରତ ଜେନା, ମାନସ ବେହେରା, ମନୋଜ ସେଠୀ, କାହ୍ନୁ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପ୍ରଶାନ୍ତ ମହାପାତ୍ର, ରାଜେଶ ପଣ୍ଡା, ପ୍ରଶାନ୍ତ ସାହୁ, ସନାତନ ସେଠୀ, ଜଗନ ବେହେରା, ଲକ୍ଷ୍ମଣ ବେହେରା, ନରେନ୍ଦ୍ର ସେଠୀ, ଭରତ ବେହେରା, ପରେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ ।


