ବେତନଟୀ ଓକିଲ ସଂଘର ନିର୍ବାଚନ ବିଜ୍ଞପ୍ତି ଘୋଷଣା

ବେତନଟୀ,(ଉଦିତ କୁମାର ପରିଡା): ସମଗ୍ର ରାଜ୍ୟର ଅନ୍ୟ ସମସ୍ତ ବାର୍ ଏସୋସିଏସନର ନିର୍ବାଚନ ତାରିଖ ଚଳିତ ମାର୍ଚ୍ଚ୨୮ ତାରିଖରେ ହେବାକୁ ଥିବା ବେଳେ ବେତନଟୀ ଓକିଲ ସଂଘର ନିର୍ବାଚନ ମଧ୍ୟ ସେହି ଦିନ ଅନୁଷ୍ଠିତ ହେବ ବୋଲି ନିଯୁକ୍ତ ନିର୍ବାଚନ ଅଧିକାରୀ ରଣଜିତ ଗନ୍ତାୟତ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରରେ ହିଁ ଉକ୍ତ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି । ଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ମାର୍ଚ୍ଚ ୭ ରୁ ୯ ତାରିଖ ପ୍ରାର୍ଥୀପତ୍ର ଦାଖଲ, ୧୦ରେ ପ୍ରାର୍ଥୀ ତାଲିକା ପ୍ରକାଶନ, ୧୧ରେ ଯାଞ୍ଚ, ୧୨ରେ ବୈଧ ପ୍ରାର୍ଥୀ ତାଲିକା ଘୋଷଣା, ୧୩ରେ ପ୍ରାର୍ଥୀତ୍ବ ପ୍ରତ୍ୟାହାର ପରେ ୧୪ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷିତ ହେବ । ମାର୍ଚ୍ଚ ୨୮ ତାରିଖ ସକାଳ ୭ ଘ୩୦ମିନିଟରୁ ଅପରାହଣ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ସେହିଦିନ ହିଁ ଭୋଟ ଗ୍ରହଣ ପରେ ୪ଟାରେ ଗଣତି ସହ ଫଳାଫଳ ପ୍ରକାଶନ କରାଯିବ ବୋଲି ଆଇନ୍‌ଜୀବୀ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଗନ୍ତାୟତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ