ଶ୍ରୀ ରାମଚରିତ ମାନସ କଥାମୃତ ମା ବରଦେଇ ମନ୍ଦିରରେ ଆରମ୍ଭ

ଭୁବନେଶ୍ବର,(ଲିପିକାରାଣୀ ରାଉତ): ଶ୍ରୀମଦ ଭାଗବତ ଦିବ୍ୟ ଚେତନା ସଂସ୍ଥାନ ନୟାପଲ୍ଲୀ ପକ୍ଷରୁ ଆଜି ମା ବରଦେଇ ମନ୍ଦିର ପ୍ରାଙ୍ଗଣ ଗଡ଼ସାହି ଭୁବନେଶ୍ୱର ଠାରେ ଶ୍ରୀ ରାମ ଚରିତ ମାନସ କଥା ମହୋସ୍ତାବ ର ପ୍ରଥମ ଦିନ ର କଥାମୃତ ବରଣ୍ୟ ପ୍ରବକ୍ତା ପଣ୍ଡିତ ଶ୍ରୀ ଗୋପାଳ ରାଜଗୁରୁ ଦ୍ୱାରା ଆରମ୍ଭ କରାଯାଇଛି, ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କଲା ପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଶ୍ରୀ ନଟବର ସାମନ୍ତରାୟ ପବିତ୍ର ରାଉତ ରାୟ ଡ଼ ନଗେନ କୁମାର ଦେବତା ସମ୍ପାଦକ ପ୍ରଦୀପ ରାଉତରାୟ ମଞ୍ଚ ଉପରକୁ ଆସିବାକୁ ସମସ୍ତଙ୍କୁ ସ୍ୱାଗତ କରି ଥିଲେ, ସମ୍ପାଦକ ପ୍ରଦୀପ ବାବୁ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିଥିଲେ ଗ୍ରାମ୍ୟ ଉନୟନ କମିଟି ସମ୍ପାଦକ ନଟବାର ସାମନ୍ତରାୟ ପ୍ରବକ୍ତା ପଣ୍ଡିତ ଙ୍କୁ ସମ୍ବର୍ଦ୍ଧିତ କରି ଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ର ବେଶ ସମ୍ଭାର ଶ୍ରୀ ତ୍ରିଲୋଚନ ନାୟକ ଅତି ସୁନ୍ଦର ଭାବେ ସଜାଇ ଥିଲେ,ଆଜିର ସତସଙ୍ଗ କଥାମୃତ ଓ ଭଜନ ଅତ୍ୟନ୍ତ ସୁନ୍ଦର ଓ ରୋଚକପୂର୍ଣ୍ଣ ହୋଇ ଥିଲା ଏହି କାର୍ଯ୍ୟକ୍ରମ 4.3.26 ରୁ 8.3. 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗ ଦେଇ ଶ୍ରୀରାମ କୃପା ଲାଭ କରିବା ହେବେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ